www.samajalive.in
Monday, December 8, 2025
13.1 C
Bhubaneswar

ନବୀନଙ୍କୁ ୫୫୫ ଚିଠି: ବ୍ରିଜ୍‌ କରିଦିଅ, ଆମେ ବଞ୍ଚିଯିବୁ…

ବିଶ୍ରା/ରାଉରକେଲା: ‘ହେ ମୁଖ୍ୟମନ୍ତ୍ରୀ ବ୍ରିଜ୍‌ କରିଦିଅ, ଆମେ ସବୁ ବଞ୍ଚିଯିବୁ…’। ଦେଓ ନଦୀ ଉପରେ ପୂର୍ଣ୍ଣାଙ୍ଗ ସେତୁ ଦାବିରେ ଆଜି ଏଭଳି ଆବେଗଭରା ନିବେଦନ କରି କୁନି କୁନି ବିଦ୍ୟାର୍ଥୀ, କଲେଜ ପଢ଼ୁଆ ପିଲାଙ୍କ ସମେତ ଶହଶହ ଶ୍ରମିକ, ଚାଷୀ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି।

ଦେଓନଦୀ ଉପରେ ପୂର୍ଣ୍ଣାଙ୍ଗ ସେତୁ ଦାବିରେ ସମାଜସେବୀ ମୁକ୍ତିକାନ୍ତ ଓ ତାଙ୍କ ସହଯୋଗୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଧାରଣା ଆଜି ୧୨ଦିନରେ ପହଞ୍ଚିଛି। ମୁକ୍ତିକାନ୍ତଙ୍କୁ ସମର୍ଥନ ବଢ଼ିବାରେ ଲାଗିଛି। ଆଜି କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ଚାଷୀ, ଶ୍ରମିକ ଶ୍ରେଣୀ ନିଜର ଦୁଃଖଦ କାହାଣୀ ପୋଷ୍ଟ କାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୂର୍ଣ୍ଣାଙ୍ଗ ସେତୁ ହେଲେ ଉପକୃତ ହେବାକୁ ଥିବା ୧୨ଟି ପଞ୍ଚାୟତର ପ୍ରାୟ ୫୫୫ଟି ଚିଠି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି। ଆଜି ଭୁବନେଶ୍ବରରୁ ବିଜୁ ସେତୁ ଯୋଜନା ପରାମର୍ଶଦାତା ରତିକାନ୍ତ ପରିଚ୍ଛା ଧାରଣାସ୍ଥଳରେ ପହଞ୍ଚି ସମସ୍ତ ସମସ୍ୟା ଉପରେ ଅବଗତ ହେବା ପରେ ଯଥାଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସ୍କୁଲ କଲେଜ ଛାତ୍ରଛାତ୍ରୀ ଚିଠି ମାଧ୍ୟମରେ ୩୦ଫୁଟ ସିଡ଼ି ଚଢ଼ି ବିପଦସଙ୍କୁଳ ଅବସ୍ଥାରେ ଶିକ୍ଷାନୁଷ୍ଠାନ ପହଞ୍ଚିବାର ଦୁଃଖଦ କାହାଣୀ ବର୍ଣ୍ଣନା କରିବା ସହ ଶ୍ରମିକ ଶ୍ରେଣୀ, ଚାଷୀ ନିଜ ଜୀବନକୁ ବାଜି ଲଗାଇ କିପରି ଯିବା ଆସିବା କରୁଛନ୍ତି ତାହା ବର୍ଣ୍ଣନା କରିଛନ୍ତି। ସାମୂହିକ ସମସ୍ୟାକୁ ନେଇ ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଏ ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୁରନ୍ତ ୨୪ଘଣ୍ଟାରେ ସମସ୍ୟାର ସମାଧାନ କରିବା ସହ ନିଜ ଉପସ୍ଥିତି ଜାହିର କରିଥାଏ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ୫୫୫ଟି ଚିଠି ଯାଇଛି। ସମସ୍ୟା ଘେରରେ ଥିବା ୧୨ଟି ପଞ୍ଚାୟତର ୨୦ହଜାର ଲୋକ କିପରି ସୁଫଳ ପାଇବେ ସେ ନେଇ ଚାତକ ଭଳି ଚାହିଁ ରହିଛନ୍ତି। ଆଜିର ଧାରଣାସ୍ଥଳରେ ଗୋପାଳ ଜେନା, ସୁରେଶ କୁମ୍ଭାର, ଚକ୍ରାନ୍ତ ଜେନା, ସୁକୁମାର କର, ପବନ ଖାଲସା, କାର୍ତ୍ତିକ ନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories