www.samajalive.in
Monday, December 8, 2025
24.1 C
Bhubaneswar

ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା, ଆଉ ଏକ ହୋଟେଲରେ ଏଚଆରପିସିର ତଦନ୍ତ

ରାଉରକେଲା: ରାଉରକେଲା ସହକାରୀ ଜିଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାରେ ଏଚଆରପିସି ତଦନ୍ତ ପ୍ରକ୍ରିୟାକୁ ଜୋରସୋର୍‌ କରିଛି। ଏହି ତଦନ୍ତ ବେଳେ ଏଚଆରପିସି ଟିମ୍‌କୁ ବଡ଼ ସୁରାକ୍‌ ମିିଳିଥିବା କୁହାଯାଉଛି। ଗୁରୁଦ୍ବାର ରୋଡ଼ସ୍ଥିତ ଅନୁରାଗ ହୋଟେଲରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ରାତି ପାଖାପାଖି ୮ଟାରେ ଏକ ଟିମ୍ ଉକ୍ତ ହୋଟେଲରେ ପହଞ୍ଚିଥିଲା। ଗତ ଅଗଷ୍ଟ ୧୬ ରୁ ୧୭ତାରିଖ ପର୍ଯ୍ୟନ୍ତ ହୋଟେଲ ଅନୁରାଗରେ ସୁସ୍ମିତା ରହିଥିଲେ। ହୋଟେଲ ଅନୁରାଗର କର୍ମଚାରୀ ମ୍ୟାନେଜରଙ୍କୁ ଜେରା କରିବା ସହ ସେମାନଙ୍କ ଠାରୁ ଅନେକ ତଥ୍ୟ ଓଗାଲିଛି ଏହି ଟିମ୍‌। ମୃତ୍ୟୁର ଦୁଇଦିନ ପୂର୍ବରୁ ସୁସ୍ମିତା ଏହି ହୋଟେଲରେ ଦୁଇଦିନ ଏକ କୋଠାରୀରେ ରହିଥିବା ଓ ଏଠାରୁ ହୋଟେଲ ରାଧିକା ରିଜେନ୍ସିକୁ ଯାଇଥିବା ତଦନ୍ତରୁ ପୁଲିସ ଜାଣିପାରିଥିବା ଶୁଣିବାକୁ ମିଳୁଛି। ସୁସ୍ମିତା ରାଧିକା ରିଜେନ୍ସିରେ ଥିବାବେଳେ ପରେ ତାଙ୍କ ମୃତଦେହ ସେନସୋରୀ ପାର୍କରେ ଥିବା ପୋଖରୀରୁ ଉଦ୍ଧାର ହୋଇଥିଲା। ସେ ନିଜ ଇଚ୍ଛାରେ ହୋଟେଲରୁ ବାହାରକୁ ଯାଇଥିଲେ ନା ତାଙ୍କୁ କିଏ ଡାକିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ଗତ କିଛିଦିନ ହେଲା ସମଗ୍ର ଜିଲାରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ତାଙ୍କ ମୃତ୍ୟୁର ସତ୍ୟ ଉନ୍ମୋଚନ କରି ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆଣିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories