www.samajalive.in
Wednesday, December 10, 2025
18.1 C
Bhubaneswar

ଗୋଇଲକେରା ଜଙ୍ଗଲରେ ଗୁଳି ବିନିମୟ, ପଛଘୁଞ୍ଚା ଦେଲେ ମାଓବାଦୀ

ରାଉରକେଲା: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପହଞ୍ଚିବାର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ପ୍ରାୟ ୭ଟାରେ ପଶ୍ଚିମ ସିଂହଭୂମ ଜିଲାର ଗୋଇଲକେରା ପୁଲିସ ଷ୍ଟେସନ ଅଧୀନରେ ଥିବା ଘଞ୍ଚ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଗୋଇଲକେରା ପୁଲିସ ଷ୍ଟେସନ ଅଞ୍ଚଳର ତିଲିଆବେଡା ଜଙ୍ଗଲର ବାମିଆବୁରୁରେ ଘଟିଥିଲା। ଏହି ସମୟ ମଧ୍ୟରେ ମାଓବାଦୀ ତଥା ସୁରକ୍ଷା ବାହିନୀ ମଧ୍ୟରେ ପ୍ରାୟ ୧୨ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରରେ ଜଣେ ମାଓବାଦୀ ଆହତ ହୋଇଥିବା ଜଣାଯାଇଛି। ତେବେ ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ପୁଲିସ ଅଧୀକ୍ଷକ ଆଶୁତୋଷ ଶେଖର ଏଠାରେ ହୋଇଥିବା ଏନକାଉଣ୍ଟରକୁ ନିଶ୍ଚିତ କରି କହିଛନ୍ତି ଯେ ଜିଲାର ମାଓବାଦୀଙ୍କ ବିରୋଧରେ ନିରନ୍ତର ଅପରେସନ ଚାଲିଛି। ଅକ୍ଟୋବର ୧୦, ୨୦୨୩ରୁ ଗୋଇଲକେରା ପୁଲିସ ଥାନା ଅଞ୍ଚଳର କୁଇଡା, ଛୋଟା କୁଇଡା, ମାରାଡିରି, ମେରାଲଗଡା, ହାତିବୁରୁ, ଟିଲାଏବେଡା ବୋଇପାଇସଙ୍ଗ, କାଟମ୍ବା, ବାଇହାଟୁ, ବୋରୋଇ ଏବଂ ହୁସିପି, ରାଜବାସା ଗ୍ରାମ ସହ ଟଣ୍ଟୋ ପୁଲିସ୍ ଷ୍ଟେସନ ଅନ୍ତର୍ଗତ ତୁମ୍ବାହାକା, ରେଗଡା, ଗୋବୁରୁ, ଲୁୟା​ରେ ମିଳିତ ଅଭିଯାନ ଜାରି ରହିଛି। ସୀମାନ୍ତ ଅଞ୍ଚଳରେ ଆରମ୍ଭ ହୋଇଛି ମାଓବାଦୀ ଦମନ ଅଭିଯାନ। ଶୁକ୍ରବାର ମିଳିତ ବାହିନୀର ଏକ ଦଳ ଗୋଇଲକେରାର ମାଓ ପ୍ରଭାବିତ ଅଞ୍ଚଳ ବାମିଆବୁରୁ, ଟିଲିଆବେଡା ଜଙ୍ଗଲ ଅଭିମୁଖେ ଏକ ଅଭିଯାନରେ ବାହାରିଥିଲେ, ଯେତେବେଳେ ମାଓବାଦୀ ଆଖିବୁଜା ଗୁଳି ଚାଳନା କରିବା ସହ ଆଇଡି ବୋମା ବିସ୍ଫୋରଣ କରିଥିଲେ। ଫଳରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ଯବାନଙ୍କ ସମ୍ମୁଖୀନ ହୋଇ ନ ପାରି ମାଓବାଦୀ ଘଞ୍ଚ ଜଙ୍ଗଲରେ ଛତ୍ରଭଙ୍ଗ ଦେଇଥିଲେ।

ଏଠାରେ ସୂଚନାନୁସାରେ, ଏହି ସମୟ ମଧ୍ୟରେ ଘଟିଥିବା ଆଇଡି ବିସ୍ଫୋରଣରେ ଜଣେ ମାଓବାଦୀ ଆହତ ହୋଇଥିବା କୁହାଯାଉଛି। ଯଦିଓ କେହି ଏହାକୁ ନିଶ୍ଚିତ କରୁନାହାନ୍ତି ତଥାପି ଏକ ସୂତ୍ର ଅନୁସାରେ ମାଓବାଦୀଙ୍କ ଆଇଡି ବିସ୍ଫୋରଣ ବେଳେ ଜଣେ ମାଓବାଦୀ ଆହତ ହୋଇଥିବା କୁହାଯାଉଛି। ମାଓବାଦୀମାନେ ଆହତ ସାଥିଙ୍କୁ ନିଜ ସହ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିବା ଉକ୍ତ ସୂତ୍ରରୁ ଜଣାଯାଇଛି। ଆସନ୍ତାକାଲି ଗୋଇଲକେରାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ସହିଦ୍ ଦେବେନ୍ଦ୍ର ମାଝିଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ୍‌ ହେବା ଉଦ୍ଦେଶ୍ୟରେ ଏଠାକୁ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି କାରଣରୁ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଜଙ୍ଗଲ ଭିତରେ ତଲାସି ଅଭିଯାନ ଜୋରଦାର କରାଯାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories