ତିଗିରିଆ: ତିଗିରିଆ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର କାର୍ୟ୍ୟାଦେଶ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଗୋଷ୍ଠୀ ବିନିଯୋଗ ପାଣ୍ଠି, ବ୍ୟାଙ୍କ ସହାୟତା ରାଶି, ସମନ୍ୱିତ କୃଷି କାର୍ୟ୍ୟାଦେଶ, ବିହନ ମଞ୍ଜି ବିତରଣ ଏବଂ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ କାର୍ୟ୍ୟାଦେଶ ବଣ୍ଟନ କାର୍ୟ୍ୟକ୍ରମ ମଙ୍ଗଳବାର ବ୍ଲକ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।
Popular Categories



