ସମ୍ବଲପୁର : ସମ୍ବଲପୁରର ମୋଦୀପଡ଼ାର ପାଣି ଟାଙ୍କି ନିକଟରେ ଥିବା ଏକ ବନ୍ଦ ଘରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୩ ରୁ ୪ ଦିନ ହେବ ଉକ୍ତ ଘରର କବାଟରେ ତାଲା ପଡ଼ିଥିଲା। ମାତ୍ର ଗୁରୁବାର ସେହି ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପୁଲିସକୁ ସ୍ଥାନୀୟଲୋକେ ଖବର ଦେଇଥିଲେ। ମାତ୍ର ଗତକାଲି ରାତି ହୋଇ ଯିବାରୁ ଆଜି ସକାଳ ସମୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗା ଯାଇ ଘର ଭିତରୁ ମୃତଦେହ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ, ସନ୍ଧାନୀ କୁକୁର ସହିତ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ପରିଚୟ ଓ ତାଙ୍କ ପରିବାର ସମ୍ପର୍କରେ ଏଯାବତ୍ କୌଣସି ସୂଚନା ମିଳିନାହିଁ। ସେମାନେ ଦିନ ମଜୁରିଆଭାବେ କାମ କରୁଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି। ସୂଚନା ଯୋଗ୍ୟ, ମହିଳାଜଣଙ୍କ ତାଙ୍କ ସ୍ୱାମୀ ଓ ଏକ ଶିଶୁ ପୁତ୍ର ସହ ପ୍ରାୟ ୧୫ ଦିନ ହେବ ଉକ୍ତ ଘରେ ଭଡ଼ାରେ ରହୁଥିଲେ। ଘଟଣା ପରଠାରୁ ମହିଳାଙ୍କ ସ୍ୱାମୀ ଓ ଶିଶୁ ପୁତ୍ରର କୌଣସି ପତ୍ତା ମିଳିନାହିଁ।
Popular Categories



