www.samajalive.in
Wednesday, December 10, 2025
18.1 C
Bhubaneswar

ମହାରାଷ୍ଟ୍ରରେ ମେଣ୍ଟ ସରକାର ପାଇଁ ରାସ୍ତା ସଫା, ଶିବସେନାରୁ ହିଁ ହେବେ ମୁଖ୍ୟମନ୍ତ୍ରୀ !

ମୁମ୍ବଇ: ମହାରାଷ୍ଟ୍ରରେ ସରକାର ଗଠନ କରିବା ଲାଗି ଶିବସେନା, ଏନସିପି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତିନି ଦଳ ମିଶି ରାଜ୍ୟରେ ମେଣ୍ଟ ସରକାର ଗଢ଼ିବେ। ଏଥିପାଇଁ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ(ସିଏମପି)କୁ ଅନ୍ତିମ ରୂପ ଦିଆଯାଉଛି ବୋଲି ଗୁରୁବାର ତିନି ଦଳ ପକ୍ଷରୁ କୁହାଯାଇଥିଲା। ୩ ଦଳ ମିଶି ଏକତ୍ର ବୈଠକ ମଧ୍ୟ କରିଥିଲେ। ଏହା ମଧ୍ୟରେ ଏନସିପି କହିଛି ଯେ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବେ। ଏନସିପିର ଏହି ମନ୍ତବ୍ୟ ପରେ ରାଜ୍ୟ ମେଣ୍ଟ ସରକାର ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

ଏନସିପିର ମୁମ୍ବଇ ଅଧ୍ୟକ୍ଷ ନବାବ ମଲିକ କହିଛନ୍ତି, ଆଗାମୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବ। ଶିବସେନା ଏହାର ପୁରୁଣା ମେଣ୍ଟ ଛାଡ଼ିଥିବାରୁ ସେ ତା’ର ଆତ୍ମସମ୍ମାନ କିପରି ବଜାୟ ରଖିବ ତାହା ଆମର ଦାୟିତ୍ଵ। କଂଗ୍ରେସ ସରକାରରେ ସାମିଲ ହେବ କିମ୍ବା ବାହାରୁ ସମର୍ଥନ ଦେବ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ହେବ।

- Advertisement -

ମେଣ୍ଟ ସରକାର ନେଇ ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶିବସେନାରୁ ହେବେ। ମହାରାଷ୍ଟ୍ର ଗଠନରେ ସମସ୍ତଙ୍କ ଯୋଗଦାନ ରହିଛି। ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ(ସିଏମପି) ରାଜ୍ୟର ହିତ ପାଇଁ ପ୍ରସ୍ତୁତ ହୋଇଛି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ବି ଏହା ଉପରେ ଆଧାରିତ ଥିଲା। କଂଗ୍ରେସ ସହିତ ମେଣ୍ଟ କରିବା ସମ୍ପର୍କିତ ପ୍ରଶ୍ନରେ ରାଉତ କହିଛନ୍ତି ଯେ, ଦେଶର ସ୍ବାଧୀନତାରେ କଂଗ୍ରେସର ଯୋଗଦାନ ରହିଛି। ଆମେ ସମସ୍ତଙ୍କୁ ସାଥୀରେ ନେଇ ଚାଲିବୁ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories