www.samajalive.in
Saturday, December 13, 2025
21.1 C
Bhubaneswar

ଚିରସ୍ରୋତା ନାଳର ଭ୍ରମ ସୃଷ୍ଟି କରୁଛି ରେଙ୍ଗଲୋଇ ଗାଁ ଦାଣ୍ଡ

ରେଙ୍ଗାଲି: ରେଙ୍ଗାଲି ବ୍ଲକ ରେଙ୍ଗଲୋଇ ଗ୍ରାମର ଗାଁ ମଝି ଦାଣ୍ଡରେ ଅନବରତ ଭାବରେ ଚିରସ୍ରୋତା ନାଳ ଭଲି ପାଣି ପ୍ରବାହିତ ହେଉଥିବାରୁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାୠତୁରେ ଏଭଳି ସମସ୍ୟା ଲାଗି ରହୁଥିବାରୁ ମଶାମାଛି ବଂଶ ବିସ୍ତାରରେ ଏହି ପରିବେଶ ଅନୁକୂଳ ହେଉଛି। ଏଥିଯୋଗୁଁ ନାନା ପ୍ରକାରର ରୋଗ ସଂକ୍ରମଣର ଆଶଙ୍କା ଦେଖାଦେଇଛି। ଗାଁ ଉପରମୁଣ୍ଡରେ ଥିବା ଏକ ଗାଡିଆରେ ପ୍ରଚୁର ପାଣି ଜମା ହୋଇ ରହୁଛି। ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଉକ୍ତ ଗାଡିଆର ପାଣି ଝରିଯାଇ ଅନବରତ ଗାଁ ଦାଣ୍ଡରେ ପ୍ରବାହିତ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏହାବ୍ୟତୀତ ଗାଁ ପାର୍ଶ୍ବ ଦେଇ ପୂର୍ତ୍ତ ବିଭାଗ ରାସ୍ତା କଡରେ ଥିବା ଡ୍ରେନରେ ଆବର୍ଜନା ପକାଇ ଦିଆଯାଇଥିବାରୁ ବର୍ଷା ପାଣି ନିଷ୍କାସନ ବ୍ୟାଘାତ ସୃଷ୍ଟି ହେଉଛି।ଏହି ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରି ଡ୍ରେନେଜ ବ୍ୟବସ୍ଥା କରିବାକୁ ଦାବୀ ହେଉଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories