ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥ ସରସରା ଗ୍ରାମ ନିକଟ କେନାଲରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରିଛି ବୌଦ୍ଧ ସଦର ଥାନା ପୋଲିସ। ମୃତ ବ୍ୟକ୍ତି ଜଣକ ହେଲେ ସଦର ଥାନା ଅନ୍ତର୍ଗତ ତାଳବାହାଲ ଗ୍ରାମର ୬୦ ବର୍ଷୀୟ ହିମାଂଶୁ ପ୍ରଧାନ। ରାସ୍ତା ଉପରେ ରଖାଯାଇଥିବା ଏକ ସାଇକେଲ ସହିତ କିଛି କପଡ଼ାକୁ ପୁଲିସି ଜବତ କରିଛି। କେନାଲରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଆଦର୍ଶ ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
Popular Categories



