www.samajalive.in
Thursday, December 11, 2025
13.1 C
Bhubaneswar

୬୨୦ ବୋତଲ କଫସିରପ୍ ଜବତ; ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ରାତିରେ କ୍ଷେତରାଜପୁର ଥାନା ସନ୍ନିକଟସ୍ଥ କୁସୁମପଡ଼ା ଅଞ୍ଚଳରୁ ବିପୁଳ ନିଶା କଫ ସିରପ୍ ଜବତ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଦଳ ଇନ୍ସପେକ୍ଟର ଦିଲୀପ ଶତପଥୀଙ୍କ ନେତୃତ୍ୱରେ କୁସୁମପଡ଼ାଠାରେ ଗତକାଲି ରାତିରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସାହୁ କଲୋନୀର ମୂଳ ନିବାସୀ ତଥା କୁସୁମପଡ଼ାଠାରେ ରହୁଥିବା ପ୍ରହଲ୍ଲାଦ ବେହେରା(୩୬)ଙ୍କୁ ଗିରଫ କରି ୬୨୦ ବୋତଲ ନିଶାକଫ ସିରପ ଜବତ କରିଛି। ଅଭିଯୁକ୍ତ ଏହି ନିଶା କଫ ସିରପଗୁଡିକୁ ବେଆଇନ ଭାବରେ ନିଜ ଘରେ ମହଜୁଦ ରଖିଥିବା ବେଳେ ୨ଟି ବସ୍ତାରେ ଭର୍ତ୍ତି କରି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉଦ୍ୟମ କରୁଥିବା ବେଳେ ଅବକାରୀ ଦଳ ଦ୍ୱାରା ଧରାପଡ଼ିଛି। ଜବତ ହୋଇଥିବା ନିଶା କଫ ସିରପଗୁଡିକର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ। ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ ବୁଧବାର ଅଦାଲତକୁ ଚାଲାଣ କରାଯାଇଛି ବୋଲି ସୂଚନା ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories