ବୌଦ୍ଧ: ବୌଦ୍ଧ ସଦର ଥାନା ଅନ୍ତର୍ଗତ ସାମ୍ପୋଚ ଗ୍ରାମରେ ନିଜ ପତ୍ନୀକୁ ସ୍ୱାମୀ ହତ୍ୟା କରିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡର ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସାମ୍ପୋଚ ଗ୍ରାମର ଭୋଳାନାଥ ସ୍ୱାଇଁ ନିଜ ପତ୍ନୀ ସହିତ ବଚସା ହେବାପରେ ରାଗିଯାଇ ଘରେ ରଖାଯାଇଥିବା ଟାଙ୍ଗିଆରେ ହତ୍ୟା କରିଛି। ଭୋଳାନାଥ ସ୍ୱାଇଁଙ୍କ ପତ୍ନୀ କସ୍ତୁରୀ ସ୍ୱାଇଁ ସକାଳେ ବିଲକୁ କାମ କରିବାକୁ ଯାଇ ଘରକୁ ଫେରିଥିଲା। କସ୍ତୁରୀ ଘରେ ଅନ୍ୟକାମ କରୁଥିବା ବେଳେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଭୋଳାନାଥ ହଠାତ ରାଗିଯାଇ ପାଟିତୁଣ୍ଡ ଆରମ୍ଭ କରିଥିଲା। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିବା ସମୟରେ ଭୋଳାନାଥ ରାଗିଯାଇ ଘରେ ରଖାଯାଇଥିବା ଟାଙ୍ଗିଆରେ କସ୍ତୁରୀ କୁ ହତ୍ୟା କରିଥିଲା। ପରେ ଅନେକ ସମୟ ଧରି ଭୋଳାନାଥ ଟାଙ୍ଗିଆକୁ ହାତରେ ଧରି ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଜଣାପଡିଛି। ସଦର ଥାନା ପୋଲିସ ହତ୍ୟାକାରି ଭୋଳାନାଥକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି।
Popular Categories



