ବୌଦ୍ଧ: ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ୩୫୪୬ କେଜି ୬୫୦ ଗ୍ରାମ ଗଞ୍ଜେଇକୁ ଖୋର୍ଦ୍ଧା ଠାରେ ପୋଡି ନଷ୍ଟ କରାଯାଇଥିବା ନେଇ ଏସ୍ପି ସୂଚନା ଦେଇଛନ୍ତି। ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ପ୍ରକାରେ ଜିଲାର ୯ଟି କେଶରେ ୩୫୪୬ କେଜି ୬୫୦ ଗ୍ରାମ ଜବତ କରାଯାଇଥିଲା। ଜବତ ହୋଇଥିବା ସମସ୍ତ ଗଞ୍ଜେଇକୁ ଜିଲା ନିଶାଦ୍ରବ୍ୟ ଡିସ୍ପୋଜାଲ କମିଟି ସଦସ୍ୟଙ୍କ ଉପସ୍ଥିତିରେ ପୋଡି ନଷ୍ଟ କରାଯାଇଛି। ବୌଦ୍ଧ ଠାରୁ ଏକ ସ୍ୱତନ୍ତ୍ର ଗାଡିରେ ସମସ୍ତ ଗଞ୍ଜେଇକୁ ଖୋର୍ଦ୍ଧା ସ୍ଥିତ ନିଶାଦ୍ରବ୍ୟ ପୋଡିବା କେନ୍ଦ୍ରକୁ ନିଆଯାଇଥିଲା। ଜିଲା ନିଶାଦ୍ରବ୍ୟ ଡିସ୍ପୋଜାଲ କମିଟି ସଦସ୍ୟ ଡିଏସ୍ପି ସଂଯୁକ୍ତା ବାରଲାଙ୍କ ନେତୃତ୍ୱରେ ସହକାରି ଜିଲାପାଳ ସତ୍ୟଜିତ ମହାପାତ୍ର, ଅବକାରି ସୁପରିଟେଣ୍ଡେଣ୍ଟ କ୍ରିଷ୍ନା ନାୟକଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।
Popular Categories



