www.samajalive.in
Thursday, December 11, 2025
15.1 C
Bhubaneswar

କଂଟାବାଂଜି ସବ୍‌‌ ଜେଲର ଓ ୱେବ୍‌‌ ସାମ୍ବାଦିକଙ୍କ ଭିଡିଓ ଭାଇରାଲ ଘଟଣା

କଂଟାବାଂଜି: ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ସାମ୍ବାଦିକ ସଂଘ ତରଫରୁ ବୁଧବାର ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ ପି.ଡବ୍ଲୁ.ଡି. ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। କଂଟାବାଂଜି ସବ୍‌‌ ଜେଲର ବିକାଶ ଲତା ବାରୁ ଏବଂ ଜଣେ ୱେବ୍‌‌ ସାମ୍ବାଦିକ ପ୍ରମୋଦ କୁମାର ବେହେରାଙ୍କ ଭିଡିଓ ଭାଇରାଲକୁ ନେଇ ଏହି ଖବରଦାତା ସମ୍ମିଳନି ଅନୁଷ୍ଠିତ ହୋଇଛି। ସଂପୃକ୍ତ ସବ୍‌‌ ଜେଲର ବାରୁ ଏବଂ ସାମ୍ବାଦିକ ପ୍ରମୋଦ କୁମାର ବେହେରାଙ୍କ ମଧ୍ୟରେ ହୋଇଥିବା ଭିଡିଓ ଭାଇରାଲ ମଧ୍ୟରେ ଜିନ୍ଦା କିମ୍ବା ମୁର୍ଦ୍ଦା ମୁଣ୍ଡ ଆଣିବା ପାଇଁ ସଂପୃକ୍ତ ବେହେରାଙ୍କୁ କହୁଥିବା ବେଳେ ସାମ୍ବାଦିକ ବେହେରା ୨ ଲକ୍ଷ ଟଙ୍କା ଦାବୀ କରୁଥିବା ଭାଇରାଲ ହୋଇଥିଲା। ଏପରିକି ସାମ୍ବାଦିକ ବେହେରା ସାମ୍ବାଦିକ ସଂଘର ଜଣେ ସଦସ୍ୟ ବୋଲି ନିଜକୁ ପରିଚୟ ଦେଉଥିବା ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ ସାମ୍ବାଦିକ ସଂଘ ଖଣ୍ଡନ କରିବା ସହିତ ସଂଘ ତରଫରୁ ନିନ୍ଦା ପ୍ରସ୍ତାବ ଆଗତ ହୋଇଛି।

ବୁଧବାର ଦିନ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ଗୁରୁଦୟାଲ ହଂସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ପୂର୍ବରୁ ସଦସ୍ୟ ଥିବା ପ୍ରମୋଦ ବେହେରାଙ୍କ ସାମ୍ବାଦିକତାରେ ଅନୈତିକ କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଥିଲା। ଗତ ଜୁଲାଇ ମାସ ତା.୭.୬.୨୦୨୩ରେ ସଂପୃକ୍ତ ସାମ୍ବାଦିକ ବେହେରା ଅନ୍ୟ ସାମ୍ବାଦିକଙ୍କ ନାମରେ କଂଟାବାଂଜିର ଜଂଗଲ ବିଭାଗ ଫରେଷ୍ଟର ବିଘ୍ନ ରାଜ ପୋଢଙ୍କଠାରୁ କୋଡିଏ ହଜାର ଟଙ୍କା ଦାବୀ କରିଥିଲେ। ଏହି ଘଟଣାକୁ ନେଇ ବିଘ୍ନରାଜ ପୋଢ ଥାନାରେ ଏତଲା ଦେଲା ପରେ ଘଟଣାଟି ସଂଘର ନଜରକୁ ଆସିଥିଲା। ସଂଘ ଏହି ଘଟଣାକୁ ନେଇ ଛାନବିନ କରିବା ମଧ୍ୟରେ ଗତ ତା.୯.୬.୨୦୨୩ରେ ପ୍ରମୋଦ ବେହେରା ନିଜର ସଦସ୍ୟତା ରଦ୍ଦ କରିବା ପାଇଁ ଲିଖିତ ଭାବେ ଦେଇଥିଲା। ଏକ ଜରୁରୀ ବୈଠକ କରି ସଙ୍ଘ ତାକୁ ସଦସ୍ୟତାରୁ ବାହାର କରିଦେଇଥିଲେ। ଏହା ପରେ କଂଟାବାଂଜି ଜେଲର ଓ ସାମ୍ବାଦିକ ମଧ୍ୟରେ ହୋଇଥିବା ଭିଡିଓ ଭାଇରାଲରେ ମୁଣ୍ଡ ଜାମିନ ଏବଂ ଦୁଇ ଲକ୍ଷ ଟଙ୍କା ଦାବୀକୁ ନେଇ ସଂଘ ଜରୁରୀ ବୈଠକ କରି ପ୍ରମୋଦ ସଂଘର ସଦସ୍ୟ ନ ଥିବା ଖବରଦାତା ସମ୍ମିଳନୀର ସୂଚନା ଦେଇଛି। ଏହି ଖବରଦାତା ସମ୍ମିଳନିରେ ସଂଘର ସଭ୍ୟ ଜୀବନାନନ୍ଦ ମହାନ୍ତି, ଆଇନ ପରାମର୍ଶଦାତା ସଂଜୟ କୁମାର ନାଥ, ଅଶୋକ ନାରାୟଣ ଭୋଇ, ଅନ୍ତିମ ପାଣିଗ୍ରାହି, ମୋହନ ସୋନି, କୃତିକର ବାଗ, କୁଶଲ ସିଂ ଠାକୁର,ବିନୋଦ ସିଂ, କୈଲାଶ ସଗ୍ରିଆ, ପୁଷ୍ପକେତୁ ବେହେରା ସହ ଅନ୍ୟ ଖବରଦାତା ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories