ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସୂଚନା ମୁତ।ବନ ମାଲକାନଗିରି ମୁନସିପାଲଟିରେ ୨ ଜଣ, ବାଲିମେଳାରେ ୧ ଜଣ, କୋରୁକୋଣ୍ଡା ବ୍ଲକରେ ୨ ଜଣ, କ।ଲିମେଳ। ବ୍ଲକରେ ୨ ଜଣ, ପଡିଆ ବ୍ଲକରେ ୧ ଜଣ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗୀଙ୍କ ମଧ୍ୟରୁ ଜଣେ ମାଲକାନଗିରି ମୁଖ୍ୟ କିକିତ୍ସାଲୟରେ ଚିକିତ୍ସା ହେଉଛନ୍ତି। ଅନ୍ୟ ୭ ଜଣ ଘରେ ରହି ମଶାରୀ ଭିତରେ ସୁରକ୍ଷିତ ଭାବରେ ଚିକିତ୍ସିତ ହେଉଛନ୍ତି। ଏହାର ନିରାକରଣ ନିମନ୍ତେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ତଥା ଶିକ୍ଷକ ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ସମଗ୍ର ଜିଲ୍ଲାରେ ୧୧୫୨ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିବା ଜଣାପଡିଛି।
Popular Categories



