କେନ୍ଦୁଝରଗଡ଼: ସଦର ବ୍ଲକ ବାଉରିପଦା ପଞ୍ଚାୟତରେ ଗତ ସ୍ୱାଧିନତା ଦିବସରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ କାଠକରଞ୍ଜିଆ ଗ୍ରାମର ଦିଲ୍ଲୀପ କୁମାର ରାୟ କାହିଁକି ତାଙ୍କ ନାମ ଆବାସ ଯୋଜନାରୁ ବାଦ୍ ଦିଆଗଲା କହି ହଠାତ୍ ଗ୍ରାମ ରୋଜଗାର ସେବକ ସୋମନାଥ ମହାନ୍ତଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହି ଘଟଣା ପରେ ଆକ୍ରମଣର ଶିକାର ଜିଆରଏସ୍ ଶ୍ରୀ ମହାନ୍ତଙ୍କ ସମେତ ସଦର ବ୍ଲକର ବହୁ ଜିଆରଏସ୍ ଅଗଷ୍ଟ ୧୬ ତାରିଖ ଏ ସମ୍ପର୍କରେ ସଦର ବିଡିଓଙ୍କୁ ଲିଖିତ ଭାବେ ଅବଗତ କରିବା ସହ ଆକ୍ରମଣକାରୀ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଇତିମଧ୍ୟରେ ଘଟଣାର ୮ ଦିନ ବିତିଯାଇଥିଲେ ହେଁ ଅଭିଯୁକ୍ତକୁ ଗିରଫ କରାନଯିବାରୁ ସଦର ବ୍ଲକ ଜିଆରଏସ୍ ସଂଘ ସଭାପତି ସରୋଜ କୁମାର ସାହୁଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ବୁଧବାର ବିଡିଓଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ବ୍ଲକ କର୍ମଚାରୀ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି।
Popular Categories



