www.samajalive.in
Friday, December 12, 2025
23.1 C
Bhubaneswar

ବାଲି ଚୋରା ଚାଲାଣରେ ବ୍ୟବହୃତ ହାଇୱା ଓ ପୋକଲେନ ମେସିନ ଜବତ

ପାଟଣା : କେନ୍ଦୁଝର ଜିଲା ପାଟଣା ରେଞ୍ଜର ତେନ୍ତେଳା ବୈତରଣୀ ନଦୀ ସଲଗ୍ନ ଜଙ୍ଗଲରୁ ବାଲି ଚୋରା ଚାଲାଣରେ ବ୍ୟବହୃତ ଦୁଇଟି ହାଇୱା ଓ ଗୋଟିଏ ପୋକଲେନ ମେସିନକୁ ପାଟଣା ବନ ବିଭାଗ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ପାଟଣା ତହସିଲ ଅନ୍ତର୍ଗତ ତେନ୍ତେଳା ବୈତରଣୀ ନଦୀ ପଠାରୁ ଦୀର୍ଘ ଦିନ ଧରି ବାଲି ଚୋରା ଚାଲାଣ ହେଉଥିଲା। ଉକ୍ତ ବାଲି ଚୋରାକୁ ଗ୍ରାମବାସୀ ମଧ୍ୟ ବିରୋଧ କରି ଆସୁଥିଲେ। ଶନିବାର ସନ୍ଧ୍ୟାରେ ୨ଟି ହାଇୱା ଓ ଗୋଟିଏ ପୋକଲେନ ମେସିନ ବାଲି ଲୋଡ଼ କରିବା ସମୟରେ ଗ୍ରାମବାସୀ ଏହାକୁ ଅଟକ ରଖି ପାଟଣା ବନ ବିଭାଗ ଓ ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱା ଓ ପୋକଲେନ ମେସିନକୁ ଜବତ କରିଥିଲା। ଜବତ ହାଇୱାକୁ ଖିରେଇଟାଙ୍ଗିର ବନପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା। ତେବେ ସମ୍ପୃକ୍ତ ବାଲି ଉଠାଣ ସ୍ଥାନଟି ଗ୍ରାମ୍ୟ ଜଙ୍ଗଲ କୁହାଯାଉଥିବା ବେଳେ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ, ଖିରେଇଟାଙ୍ଗିର ବନପାଳ ଅମୂଲ୍ୟ ସେନାପତି ତେନ୍ତେଳା ଗ୍ରାମରେ ପହଞ୍ଚିବା ସହ ସ୍ଥାନ ଚିହ୍ନଟ ପାଇଁ ରାଜସ୍ୱ ବିଭାଗକୁ ଜଣାଇଥିବା ପାଟଣା ରେଞ୍ଜର ସୂଚନା ଦେଇଛନ୍ତି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories