www.samajalive.in
Wednesday, December 10, 2025
18.1 C
Bhubaneswar

ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗକୁ କାବୁ କଲା ପୁଲିସ

ସୁନ୍ଦରଗଡ଼: ପୁଲିସ ଏକ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗକୁ ଶେଷରେ କାବୁ କରିବାରେ ସକ୍ଷମ ହୋଇଛି। ମୋଟ ୫ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ୩ଟି ଗାଡ଼ି, ବହୁ ବୈଦ୍ୟୁତିକ ସାମଗ୍ରୀ ଜବତ କରାଯାଇଛି। ଆଜି ମଧ୍ୟାହ୍ନରେ ସଦର ଥାନା ପରିସରରେ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ହିମାଂଶୁ ଶେଖର ବେହେରା ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳ ସମେତ ଥାନା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଡକାୟତ ଦଳ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ ରାତି ଅଧରେ କଟକ ସାହାଯ୍ୟରେ ତାଲା କାଟି ପ୍ରବେଶ କରିବା ସହ ସ୍ମାର୍ଟ ଟିଭି, ଇନଭର୍ଟର ବ୍ୟାଟେରୀ ସେଟ, ଫ୍ୟାନ, ଗ୍ୟାସ ସିଲିଣ୍ଡର, ରାସନ ସାମଗ୍ରୀ, ପ୍ରିଣ୍ଟର, ସୋଲାର ପ୍ୟାନେଲ ଆଦି ଚୋରାଇ ଜିଲା ଓ ଜିଲା ବାହାରେ ଏସବୁ ବିକ୍ରି କରି ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ସରକାରୀ କାର୍ଯ୍ୟାଳୟରେ ଆତଙ୍କ ଖେଳିଯିବା ପରେ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ସୋମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଥାନା ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଦଳ ଗଠନ କରିଥିଲେ। ଏସ୍‌ପିଙ୍କ ନେତୃତ୍ବରେ ସଦର ଥାନା ସମେତ କିଞ୍ଜିରକେଲା, ଧାରୁଆଡିହି, ଭସ୍ମା, ତଳସରା ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶେଷରେ ୫ଜଣ ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲା ସର୍ଗିଡିହିର ପଦ୍ମନ ପାତ୍ର(୩୮), ବଡ଼ଗଁା ଥାନା ଅଞ୍ଚଳ ଭେଲୁଆବାହାଲର ସଞ୍ଜୟ କେଶରୀ ଓରଫ କରନ କୁମାର ଓରଫ ବଡେ (୪୫), ବଡ଼ଗାଁ ଥାନା ମୁଣ୍ଡାଗଁାର ଚିତ୍ରସେନ ମଗର ଓରଫ ମଣ୍ଟୁ(୩୭), ବଡ଼ଗାଁ ଥାନା ଭେନୁଆବାହାଲର ସ୍ବରୂପ କେଶରୀ ଓରଫ କାହ୍ନା(୩୭) ଏବଂ ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ସହରଡିଆର ଦୁଷ୍ମନ୍ତ ସ୍ବାଇଁ(୩୬)। ସେମାନଙ୍କ ନିକଟରୁ ୩ଟି ୬୫ଇଞ୍ଚ ସ୍ମାର୍ଟ ଟିଭି, ୧୬ଟି ଇନଭର୍ଟର ବ୍ୟାଟେରୀ, ୩ଟି ଫ୍ୟାନ, ୭ଟି ଗ୍ୟାସ ସିଲିଣ୍ଡର, ୭ଟି ୱାଲଫ୍ୟାନ, ୪ଟି ଇନଭର୍ଟର, ୨ଟି ପ୍ରିଣ୍ଟର, ଗୋଟିଏ ରିଫ୍ରେଜିରେଟର, ୨୬ଟି ସୋଲାର ପ୍ୟାନେଲ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ସହ ୩ଟି ଗାଡ଼ି ଜବତ କରାଯାଇଛି। ଅଭିଯୁକ୍ତଙ୍କ ନାମରେ ସଦର, ଧାରୁଆଡିହି, ତଳସରା, କିଞ୍ଜରିକେଲା ଥାନା ଅଞ୍ଚଳରେ ବହୁ ମାମଲା ଥିବା ପୁଲିସ ପ୍ରକାଶ କରିଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories