ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ସଂଯୋଜକ ବବୃବାହନ ମିଶ୍ରଙ୍କ ପରିଚାଳନାରେ ପ୍ରଶିକ୍ଷକ ଭାବରେ ଜାତୀୟ ପ୍ରଶିକ୍ଷକ ଆର ଏସ ଭି କ୍ରିଷ୍ଣା ଯଶଶ୍ଵି ଯୋଗ ଦେଇ କିପରି ଦକ୍ଷତା ହାସଲ କରି ସଫଳତା ପ୍ରାପ୍ତ ହେବ ସେ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଟିକେଲାଲ ଚାନ୍ଦ, ଶିକ୍ଷା ସଂଯୋଜକ ଯତୀନ୍ଦ୍ର ପ୍ରଧାନ, କବି ସରୋଜ କୁମାର ରଥ ପ୍ରମୁଖ ଯୋଗ ଦେଇ କିପରି କଠିନ ପରିଶ୍ରମ ଦ୍ଵାରା ନିଜ ନିଜ ଲକ୍ଷ୍ୟ ହାସଲ କରି ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ।
Popular Categories



