ଗୁରୁଡ଼ିଝାଟିଆ: ଗୋବରାସ୍ଥିତ ବିଳାସିନୀ ଦେବୀ ସ୍ମାରକୀ ପାଠାଗାରର ୪ର୍ଥ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଚୌଦ୍ୱାରର ଉପଦେଷ୍ଟା ନରେନ୍ଦ୍ର ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପ୍ରବଚକ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପାଠାଗାର ଓ ପାଠ୍ୟ ପୁସ୍ତକ କିଭଳି ଜୀବନର ମୋଡକୁ ବଦଳାଇଦେଇ ସମାଜରେ ଆଲୋକ ବର୍ତ୍ତିକା ହେବା ପାଇଁ ରାହା ଦେଇଥାଏ ସେ ସଂପର୍କରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ଧର୍ ଅତିଥି ଭାବରେ ଯୋଗ ଦେଇଥିଲେ। ପାଠାଗାରର ପ୍ରତିଷ୍ଠାତା ଶିକ୍ଷାବିତ୍ ଶରତ କୁମାର ଖୁଣ୍ଟିଆ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
Popular Categories



