www.samajalive.in
Tuesday, December 9, 2025
15.1 C
Bhubaneswar

ଶିକ୍ଷାର ଲକ୍ଷ୍ୟ ଭଲ ମଣିଷ ହେବା ଦିଗରେ ସହାୟକ ହେବ

ଗୁରୁଡ଼ିଝାଟିଆ: ଶିକ୍ଷା ଚାକୀରି ଓ ବ୍ୟବସାୟର ମାଧ୍ୟମ ନ ହୋଇ ମାନବିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ ହୋଇ ଭଲମଣିଷ ସୃଷ୍ଟି କଲେ ବିଶ୍ୱକୁ ବସୁଧୈବ କୁ୍‌‌ଟୁମ୍ବର ବାର୍ତ୍ତା ପ୍ରଦାନ କରିପାରିବ ବୋଲି ଗୋବରା ଉଚ୍ଚ ବିଦ୍ୟାଳୟର ୩୬ତମ ପ୍ରତିଷ୍ଠା ଦିବସରେ ଅନ୍ତରାଷ୍ଟ୍ରିୟ ଜଗନ୍ନାଥ ସଂସ୍କୃତି ପ୍ରଚାରର ମୁଖ୍ୟ ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ଉଦଘାଟକ ରୂପେ ଯୋଗଦେଇ ମତପ୍ରକାଶ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିକ୍ଷାବିତ୍‌‌ ଶରତ କୁମାର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବେଢ଼ା ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉତ୍ତମ ବିଦ୍ୟାର୍ଥୀ ସୃଷ୍ଟି କରି ସ୍ୱତନ୍ତ୍ର ପରିଚୟ ହାସଲ କରିବ ବୋଲି କହିବା ସହ ବିଦ୍ୟାଳୟର ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ନିମନ୍ତେ କହିଥିଲେ। ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା, ସ୍ଥାନୀୟ ସରପଞ୍ଚ ଦିପ୍ତୀମୟୀ ଥାଟୋଇ, ସମିତିସଭ୍ୟା ବସୁମତି ଦିଗି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ବିଦ୍ୟାଳୟର କୃତୀ ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories