ଜି.ଉଦୟଗିରି: ଗତ ମଧ୍ୟ ରାତ୍ରୀରେ କେହି ଅଜଣା ଦୃର୍ବୃର୍ତ୍ତ ସ୍ଥାନୀୟ ବ୍ଳକ ଅନ୍ତର୍ଗତ କତିଙ୍ଗିଆ ଏଟିଏମ ରୁ ଚୋରୀ ଉଦ୍ୟମ କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଗତ ମଧ୍ୟରାତ୍ରରେ ବିଦ୍ୟୁତ ନଥିବା ବେଳେ ଅନ୍ଧାରର ସୁଯୋଗ ନେଇ କେତେକ ଦୃର୍ବୃର୍ତ୍ତ କତିଙ୍ଗିଆ ଠାରେ ଥିବା ଷ୍ଟେଟବ୍ୟାଙ୍କ ଏଟିମରେ କେହି ସିକ୍ୟୁରିଟି ଗାର୍ଡ ନଥିବାରୁ ଏଟିଏମ ଦାୟିତ୍ୱରେ ଥିବା କର୍ମଚାରୀ ପ୍ରତ୍ୟେକ ଦିନ ଭଳି ଗତରାତିରେ ଏଟିଏମ ସଟର ବନ୍ଦ କରିଥିଲେ। ହେଲେ ମଧ୍ୟରାତ୍ର ସମୟରେ ଅନ୍ଧାରର ସୁଯୋଗ ନେଇ ସଟର ତାଡିଥିବା ବେଳେ ରାଇକିଆ ପୁଲିସ ପେଟ୍ରୋଲିଂ ଗାଡି ରାତ୍ର ପ୍ରାୟ ୨.୩୦ଟା ବେଳେ ଆସିଯିବାରୁ ଘଟଣାସ୍ଥଳରୁ ଦୃର୍ବୃର୍ତ୍ତ ମାନେ ଚମ୍ପଟ ମାରିଥିଲେ। ପୁଲିସ ଆସାମୀଙ୍କୁ ଧରିବାକୁ ତଦନ୍ତ ଜାରି ରଖିଥିବା ବେଳେ ଖବର ପାଇ ତତକ୍ଷଣାତ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ପାତ୍ର ଘଟଣାସ୍ଥଳରେ ପହଞ୍ଚ ସିସି ଟିଭି ଯାଞ୍ଚ ଆରମ୍ଭ କରିଛନ୍ତି। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ପହଞ୍ଚିବା ପରେ ହିଁ ଜଣାପଡିବ ଯେ ଟଙ୍କା ଚୋରୀ ହୋଇଛି କି ନାହିଁ, ଯଦି ଚୋରୀ ହୋଇଛି କେତେ ଟଙ୍କା ଚୋରୀ ହୋଇଛି ତାହା ବ୍ୟାଙ୍କ କର୍ତ୍ତୃପକ୍ଷ ହିଁ କହିପାରିବେ।
Popular Categories



