www.samajalive.in
Monday, December 8, 2025
13.1 C
Bhubaneswar

ଗୋପବନ୍ଧୁଙ୍କ ନୀତି ଆଦର୍ଶ, ସମର୍ପିତ ଜନସେବା ଯୁବପିଢିଙ୍କ ଭିତରେ ଉଦ୍ରେକ ହେଲେ ସମାଜ ମହକି ଉଠିବ

ଗୁରୁଡ଼ିଝାଟିଆ: ସୁଆଣ୍ଡ ମାଟିର ପ୍ରତ୍ୟେକ ଧୁଳିକଣା ଆମ ପାଇଁ ପବିତ୍ର। ଏହାର ସ୍ୱତନ୍ତ୍ର ମହକ ଅଛି। ସେବା ଓ ତ୍ୟାଗର ଭାବ ହୃଦୟରେ ଉଦ୍ରେକ କରାଏ। ଯୁବ ସମାଜ ଭିତରେ ସାମାଜିକ ଦାୟିତ୍ୱବୋଧ ସହିତ ପରୋପକାର କରିବା ନିମନ୍ତେ ପ୍ରେରଣାର ବହ୍ନି ସୃଷ୍ଟି କରେ ବୋଲି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ୯୫ତମ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ସେବା ଓ ସେବକ ସପ୍ତାହ ପାଳନ ପରିପ୍ରେକ୍ଷୀରେ କଖଡି +୨ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ କଟକ ଉପଜିଲ୍ଲାପାଳ କମଳଜିତ୍‌‌ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ରଣଜିତ୍‌‌ ସ୍ୱାଇଁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ ପୂଣ୍ୟାତ୍ମା ଉତ୍କଳମଣିଙ୍କ ନିସ୍କଳଙ୍କ ସେବାମନୋଭାବ ତ୍ୟାଗଦୀପ୍ତ ନିର୍ଲିପ୍ତ ଜନସେବାର ଆଲୋକ ଏବେବି ଯୁବ ସମାଜ ଭିତରେ ଭଲ ଓ ବଡ ମଣିଷ ହେବାର ବୀଜ ବିପନ କରିଥଏ।

ପୂଣ୍ୟାତ୍ମାଙ୍କ ନୀତି ଆଦର୍ଶ ଓ ବିଚାରଧାରା ଉପରେ ସମାଜ ଗତି କରି ବନ୍ୟା, ମରୁଡ଼ି, ଦୁର୍ବିପାକ, ପ୍ରାକୃତିକ ବିପର୍ଯ୍ୟୟ ଓ ଅଭାବୀ ବିଦ୍ୟାର୍ଥୀଙ୍କୁ ସହାୟତାର ହାତ ବଢ଼ାଇ ସାମାଜିକ ଅଙ୍ଗୀକାରବଦ୍ଧତାକୁ ପରିପୃଷ୍ଟ କରିପାରିଛି ବୋଲି କହିଥିଲେ। ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ମୁଖ୍ୟବକ୍ତା ଭାବରେ ଯୋଗଦେଇ ନିଷ୍ପେସିତ, ଦୁଃଖି, ଆଶ୍ରାହୀନ ମଣିଷର ହୃଦୟର ଭାଷା ଓ ଭାବକୁ ବୁଝି ନିଜ ପରିବାରକୁ ବିପନ୍ନ କରି ହସ ଫୁଟାଇବା ପାଇଁ ଆଗେଇ ଆସୁଥିବା ଉତ୍କଳମଣି ବାସ୍ତବରେ ଏ ଜାତିର ପରିଚୟ ବୋଲି କହିବା ସହ ବିଦ୍ୟାର୍ଥୀମାନେ ଜୀବନରେ ମାନବବାଦକୁ ଭୁଷଣ କରି ଆଗକୁ ବଢ଼ିବା ନିମନ୍ତେ କହିଥିଲେ। କଖଡି ମହାନଦୀ ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଖଟୁଆ, ଆଠଗଡ଼ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା, ଗୋପବନ୍ଧୁ ଚିକିତ୍ସାଳୟ ଉପପ୍ରବନ୍ଧକ ଡଃ ନିତ୍ୟସୁନ୍ଦର ସିଏ, କଖଡି ସରପଞ୍ଚ କଳ୍ପନା ଛତାର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଆଧ୍ୟାତ୍ମିକ ଚେତନାରେ ପରିପୃଷ୍ଠ ପୂଣ୍ୟାତ୍ମା ଗୋପବନ୍ଧୁ ଜନସେବାକୁ ଜୀବନର ବ୍ରତ କରିଥିଲେ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକ ସୁସ୍ମୀତା ମିଶ୍ର, ଅଧ୍ୟାପକ ରଶ୍ମୀରଞ୍ଜନ ଧଳ, ଅଧ୍ୟାପିକା ଡଃ କଳ୍ପନା ଦାସ, ଚିତ୍ରସେନ ସାହୁ, ତୃପ୍ତୀମୟୀ ପଲ, ନଳୀନିପ୍ରଭା ବାରିକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସାମ୍ବାଦିକ ଶ୍ୱେତକାନ୍ତ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗ ଅଧ୍ୟାପକ ତାରାପ୍ରସାଦ ପରମଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories