www.samajalive.in
Sunday, December 14, 2025
26.1 C
Bhubaneswar

ବିପଦପୂର୍ଣ୍ଣ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସ୍ଥାନାନ୍ତରଣ ଦାବି

ତିଗିରିଆ: ତିଗିରିଆ ବ୍ଲକର ପାଞ୍ଚଗାଁ ଦଧିବାମନଜୀଉ ଉଚ୍ଚ ବିଦ୍ୟାଳୟ ଓ ଏହା ନିକଟରେ ଥିବା ତଳସାହି ପ୍ରାଥମିକ ବିଦ୍ୟାଳୟ ନିକଟରେ ଖୋଲାମେଲା ଅବସ୍ଥାରେ ଥିବା ୨ଟି ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଛାତ୍ରଛାତ୍ରୀଙ୍କ ପାଇଁ ବିପଦଜ୍ଜନକ ଅବସ୍ଥା ସୃଷ୍ଟି କରିଛି। ଏହାକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ଲୋକେ ଦାବି କରିଛନ୍ତି।

ଦଧିବାମନ ଜୀଉ ବିଦ୍ୟାପୀଠଟି ୫-ଟି ଯୋଜନାରେ ଏବେ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ବିଦ୍ୟାଳୟ ପରିସରରେ ଅତି ନିକଟରେ ୨ଟି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଦୀର୍ଘଦିନ ହେଲା ମୁକୁଳା ପଡିଛି। ଫଳରେ ଦୁଇଟିଯାକ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରାୟ ଅଢେଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଏପରିକି ଗୃହପାଳିତ ଗୋରୁଗାଈଙ୍କ ପାଇଁ ବିପଦ ଆଶଙ୍କା ସୃଷ୍ଟି କରିଛି।ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ସ୍ଥାନୀୟ ଜନସାଧାରଣ, ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସ୍ଥାନାନ୍ତରଣ ଦାବିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ୫-ଟି ରୂପାନ୍ତରିତ ତିଗିରିଆ ନିଜିଗଡ଼ସ୍ଥିତ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଦ୍ୟୁତ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ରହିବା ସହିତ ତାର ଗୁଡିକ ତଳକୁ ଝୁଲି ରହିଚି ଯାହାକି ଅଘଟଣକୁ ଆମନ୍ତ୍ରଣ କରୁଅଛି। ବିଦ୍ୟାଳୟ ପରିସରରୁ ଏହି ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତରଣ କରିବା ପାଇଁ ପଦକ୍ଷେପ ନେବାପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories