www.samajalive.in
Monday, December 8, 2025
16.1 C
Bhubaneswar

ବୁଧବାର ରାଶିଫଳ ୩୧.୦୫.୨୦୨୩

ମେଷ: କର୍ତ୍ତବ୍ୟ ଓ ସେବା ଲାଭଜନକ ହେଲେ ବି ସରକାରଙ୍କ ପ୍ରିୟପାତ୍ର ହେବେ। ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରନ୍ତି। ଅଜାତ ଶତ୍ରୁ ହେବା ସହ ଋଣ ମୁକ୍ତ ହୋଇ ଆଶ୍ବସ୍ତ ହୋଇପାରନ୍ତି।
ବୃଷ: ସତ୍ୟଧର୍ମ ପରାୟଣ ହୋଇପାରନ୍ତି। ଆତ୍ମସଂଯମୀ ହୋଇ ଇନ୍ଦ୍ରିୟମାନଙ୍କ ଲାଳସାକୁ ଆୟତ୍ତ କରିବେ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। କନ୍ୟାରତ୍ନର କାର୍ଯ୍ୟକଳାପ ଶାନ୍ତି ପ୍ରଦାୟକ ହେବ।
ମିଥୁନ: ଉଦାର ମାନବିକତା ରୂପକ ଧର୍ମ ଧାରଣ କରିପାରନ୍ତି। ସତ୍ୟ ଓ ଅହିଂସାକୁ ଜୀବନର ସଂହିତା କରିପାରନ୍ତି। ଭକ୍ତି ଭାବର ପ୍ରବକ୍ତା ହୋଇପାରନ୍ତି। ପ୍ରଥିତଯଶା ଓ ପ୍ରତ୍ୟୁତ୍ପନ୍ନମତିସମ୍ପନ୍ନ ହେବେ।
କର୍କଟ: ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ। ସୁବନ୍ଧୁ ସମ୍ପର୍କ ସକାଳର ସୂର୍ଯ୍ୟ ପରି ଉଳ ଆଲୋକ ଭାସ୍କରିତ ହୋଇପାରେ। ଅନୁଜମାନଙ୍କ ଭକ୍ତିଭାବର ପ୍ରତୀକ ହୋଇପାରନ୍ତି। ପ୍ରଜ୍ଞାର ଉନ୍ମେଷ ପାଇଁ ପ୍ରାର୍ଥୀ ହେବେ।
ସିଂହ: ପରର ଶୁଭକାମନା ଭଳି ଏକ ମାନବୋଚିତ କାର୍ଯ୍ୟକୁ ଆଦରି ନେଇପାରନ୍ତି। ପ୍ରେମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ଧନାଗମର ସୂଚନା ମିଳୁଛି। ସ୍ନେହୀ ଓ ପରୋପକାରୀ ହୋଇପାରନ୍ତି।
କନ୍ୟା: ପ୍ରେମ ଏପରି ଏକ ମହାନ୍‌ ଶକ୍ତି ଯାହା ପ୍ରତ୍ୟେକଙ୍କ ଜୀବନକୁ ଅଗ୍ରଗାମୀ କରାଇବାରେ ସହାୟକ ହୋଇପାରେ। ପ୍ରଭାବ ଅମୃତମୟ ହେବ। ଜ୍ଞାନ, ଗରିମାସମ୍ପନ୍ନ ହୋଇପାରନ୍ତି। ଧନ ଅର୍ଜନରେ ସଫଳ ହେବେ।
ତୁଳା: ଏକାନ୍ତରେ ଶୂନ୍ୟ ପୁରୁଷଙ୍କୁ ଧ୍ୟାନ କରି ଦିବ୍ୟ ଜ୍ଞାନ ପ୍ରାପ୍ତ ହୋଇପାରନ୍ତି। ପରୋପକାରରେ ସମୟ ବିନିଯୋଗ କରି ପୁଣ୍ୟାର୍ଜନ କରିପାରନ୍ତି। ପରକୁ ଆପଣାର କରିବାର କଥା ଶୈଳୀ ବେଶ୍‌ ପ୍ରଣିଧାନ୍ୟ ଯୋଗ୍ୟ।
ବିଛା: ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହୋଇପାରନ୍ତି। ପ୍ରଗତିଶୀଳ ପଦକ୍ଷେପକୁ ଲୋକ ଲୋଚନକୁ ଆଣିପାରନ୍ତି। ପୁଣ୍ୟାର୍ଜନର ଦ୍ବାରକୁ ଉନ୍ମୁକ୍ତ କରିପାରନ୍ତି।
ଧନୁ: ଆତ୍ମସଂଯମ ଦ୍ବାରା ଅନ୍ତଃ ଶକ୍ତିର ଅଭ୍ୟୁଥାନ ଘଟାଇ ପାରନ୍ତି। ପ୍ରାଜ୍ଞ ଓ ଧୀମାନ୍‌ ହୋଇପାରନ୍ତି। ମହାଜନ ନ ହୋଇ ମହାଜନ ହେବେ। ଦେଶର ଓ ଜାତିର ସର୍ବବିଧ ଉନ୍ନତି ଘଟାଇ ପାରନ୍ତି।
ମକର: ଭାଗ୍ୟବଳରେ ବଳୀୟାନ୍‌ ହୋଇପାରନ୍ତି। ଗତିର, ମୁକ୍ତିର ଶଙ୍ଖଧ୍ବନି କରି ଆଗକୁ ବଢ଼ିପାରନ୍ତି। ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ପାଇ କୀର୍ତ୍ତି ସ୍ଥାପନ କରିପାରନ୍ତି। ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ସମୃଦ୍ଧିପୂର୍ଣ୍ଣ ହେବ।
କୁମ୍ଭ: ଅବ୍ୟବହୃତ ମଳିନ ଭାଷାରେ ଶ୍ବେ।ତ ବିପ୍ଳବ ଆଣିବାର ପ୍ରୟାସ ଜାରି ରଖିବା ଓ ତାକୁ ଲୋକଲୋଚନକକୁ ଆଣିବା ଆପଣଙ୍କ ଧ୍ୟେୟ ହେଉଛି। ଭାଷା, ସାହିତ୍ୟର ପୁନରୁଥାନ କରିପାରନ୍ତି।
ମୀନ: ଦୟାଳୁ ଓ ସମ୍ୟକ ତତ୍ତ୍ବଦର୍ଶୀ ହେବେ। ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି। ସେବା ଭାବନାରେ ଉତ୍ସର୍ଗୀକୃତ ଜୀବନ ଯାପନ କରିବେ। ପୁଣ୍ୟକର୍ମ କରି ଲୋକଙ୍କ ନିକଟତର ହୋଇପାରନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories