www.samajalive.in
Saturday, December 13, 2025
17.1 C
Bhubaneswar

ଗାଁ ଗାଁରେ ରହିନ ପରବ ପାଳିତ

ପାଟଣା: ଜ୍ୟୋଷ୍ଠ ମାସର ତେର ଦିନ ବା ତ୍ରୟୋଦଶୀରେ କୁଡୁମି ସମ୍ପ୍ରଦାୟର ରହିନ୍ ପରବ ପାଳନ କରାଯାଇଛି। ପ୍ରକୃତି ଉପାସକ କୁଡୁମି ସମ୍ପ୍ରଦାୟ ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ ଓ ପବିତ୍ର। ଏହି ପବିତ୍ର ଦିନରେ ପାରମ୍ପରିକ ରୀତିନୀତିରେ ତିନି ମୁଠା ଧାନ ବିଲର ଉତ୍ତର-ପୂର୍ବ କୋଣରେ ବୁଣି କୃଷିକାର୍ଯ୍ୟ ର ଶୁଭାରମ୍ଭ କରାଯାଇଥାଏ।ମାଣ, ପଇଲା, ପାଇ, ପାଛିଆ, ବୁରୁଣୀ, ଠେକା, ହଳ, ଜୁଆଳି ଆଦିକୁ ଭଲ ଭାବେ ଧୋଇ ସଫା କରି ସେଥିରେ ପାଣି ମିଶା ଚୁନା ଗୁଣ୍ଡ ଦେଇ ସିନ୍ଦୂର ଟୀକା ଲଗାଇ ବ୍ୟବହାରର ଆରମ୍ଭ କରାଯାଇଥାଏ। ଭଲ ଫସଲର କାମନା କରି ଭୂତ ପିଢ଼ା ବା ପୂର୍ବ ପୁରୁଷଙ୍କ ଆସ୍ଥାନ ଓ ଭାଡ଼ି ଘରୁ ପୂଜାର୍ଚ୍ଚନା କରି ଘରୁ କ୍ଷେତକୁ ବିହନ ନେଇ ଯାଇଥାନ୍ତି। ଏହି ଦିନ ସନ୍ଧ୍ୟାରେ ଘରର ମହିଳା ଓ କୁଆଁରୀ ଝିଅ ମାନେ ନିରୋଳାରେ ସମ୍ପୂର୍ଣ୍ଣ ନୀରବତା ରକ୍ଷା କରି ନିଜ କ୍ଷେତ ବ୍ୟତୀତ ଅନ୍ୟର କ୍ଷେତରୁ ପବିତ୍ର ରହିନ୍ ମାଟି ଆଣି ବିଭିନ୍ନ ଶୁଭ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ଗୃହର ତିନିକୋଣରେ, ଭୂତ୍ ପିଢ଼ାରେ ଆଣିଥିବା ମାଟିକୁ ରଖିଥାନ୍ତି। ସେହି ମାଟି କାନ୍ଥରେ ଗାର ମଧ୍ୟ ଟଣା ଯାଇଥାଏ। ଏହା କରିବା ଦ୍ୱାରା ଗୃହରେ କୌଣସି ପ୍ରକାର ସରୀସୃପ ପ୍ରବେଶ ନକରିବାର ଏବଂ ଏହିଦିନ ଠାରୁ ସରୀସୃପ ପୃଥିବୀପୃଷ୍ଠରେ ଆବିର୍ଭାବ କରୁଥିବାର ବିଶ୍ୱାସ ରଖନ୍ତି ଏହି ଆଦିବାସୀ କୁଡୁମି ସମ୍ପ୍ରଦାୟର ଲୋକମାନେ। ଏହିଦିନ ଆଶାଢ଼ୀ ଫଳ ବା ରହିନ୍ ଫଳ ଏହି ସମ୍ପ୍ରଦାୟର ଲୋକମାନେ ବାଧ୍ୟତାମୂଳକ ଭାବେ ଖାଇଥାନ୍ତି। ଏହି ଫଳଖାଇବା ଦ୍ୱାରା ବିଷାକ୍ତ ସରୀସୃପ କାମୁଡ଼ିଲେ ମଧ୍ୟ ବିଷ କମ୍ ପରିମାଣରେ ଲାଗିବା ସହିତ ବିଭିନ୍ନ ପ୍ରକାରର ଘା’କୁ ଶୁଖାଇ ଦେଇଥାଏ। ଏହା ଏକ ପ୍ରକାରର ରୋଗ ପ୍ରତିରୋଧକ ବୋଲି ସେମାନେ ବିଶ୍ୱାସ ରଖନ୍ତି। ଏହିଦିନ ପ୍ରତି ଘରେ ଖପରା ପିଠା ସହିତ ମାଂସର ବ୍ୟବସ୍ଥା ହୋଇଥାଏ। ଏହିଦିନ ଠାରୁ ପଣସ ଖାଇବାର ଶୁଭାରମ୍ଭ କରିବା ସହିତ ନିମ୍ବ ପତ୍ର ଖାଇବା ବନ୍ଦ କରାଯାଇଥାଏ। ନାଚ ଗୀତର ତାଳେ ତାଳେ ହର୍ଷ ଉଲ୍ଲାସ ର ସହିତ ଏହି ରହିନ୍ ପରବକୁ ଆଦିବାସୀ କୁଡୁମି ସମ୍ପ୍ରଦାୟ ପାଳନ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories