www.samajalive.in
Sunday, December 14, 2025
26.1 C
Bhubaneswar

ଅଷ୍ଟମଙ୍ଗଳାରେ ସ୍ତ୍ରୀ ବଦଳାଇବା ଘଟଣା : ଥାନା ଛାତରୁ ଡେଇଁଲେ ଯୁବକ

ଭୁବନେଶ୍ୱର : ଅଷ୍ଟମଙ୍ଗଳା ରାତିରେ ସ୍ତ୍ରୀକୁ ଛାଡ଼ି ପ୍ରେମିକା ସାଥୀରେ ଫେରାର ହୋଇଥିବା ଯୁବକକୁ ନେଇ ଧଉଳି ଅଞ୍ଚଳରେ ଚର୍ଚ୍ଚା ଜୋର୍‍ ଧରିଛି। ସେହି ଯୁବକଙ୍କୁ ନେଇ ଧଉଳି ପୁଲିସ ଅଡୁଆରେ ପଡ଼ିବା ସହ ତିନିଦିନ ଧରି ପ୍ରେମୀ ଯୁଗଳଙ୍କୁ ଥାନାରେ ଅଟକ ରଖିବା ମହଙ୍ଗା ସାବ୍ୟସ୍ତ ହୋଇଛି।
ସୂଚନା ଅନୁଯାୟୀ, ସୋମବାର ପ୍ରେମୀଯୁଗଳଙ୍କ କୋଭିଡ-୧୯ ପରୀକ୍ଷା ରିପୋର୍ଟ ଆସିବା ପରେ ପୁଲିସ ପିପୁଲ୍ସ ଫୋରମ ପକ୍ଷରୁ ତମାଣ୍ଡୋସ୍ଥିତ ଆଶ୍ରୟ ଗୃହରେ ନେଇ ଛାଡ଼ିଥାନ୍ତା। ରିପୋର୍ଟ ଆସିବା ପୂର୍ବରୁ ଅପରାହ୍ଣ ୨ଟାରେ ଯୁବକ ଥାନା ଛାତ ଉପରୁ ଡେଇଁବା ଘଟଣାକୁ ଅଧିକ ରହସ୍ୟମୟ କରିଛି। ଯୁବକ ଜଣକ ଗୁରୁତର ହୋଇପଡ଼ିବାରୁ ପୁଲିସ ଚିକିତ୍ସା ପାଇଁ ଲିଙ୍ଗିପୁରସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା। ପରେ ସେଠାରୁ ଏମ୍‍ସ ହସପିଟାଲକୁ ପଠାଯାଇଛି। ଅନ୍ୟପକ୍ଷରେ ଅପରାହ୍ଣରେ ପୁଲିସକୁ ପ୍ରେମୀଯୁଗଳଙ୍କ କୋଭିଡ ପରୀକ୍ଷା ରିପୋର୍ଟ ହସ୍ତଗତ ହୋଇଛି। ଉଭୟଙ୍କ ରିପୋର୍ଟ ନେଗେଟିଭ ଜଣାପଡ଼ିବା ପରେ ପୁଲିସ ଅଟକ ରଖିଥିବା ଯୁବତୀଙ୍କୁୁ ନେଇ ଆଶ୍ରୟ ଗୃହରେ ଛାଡ଼ିଛି।
ଥାନାଧିକାରୀ ଜୟଦେବ ବିଶ୍ୱଜିତଙ୍କ କହିବା ଅନୁସାରେ ଶନିବାର ରାତିରେ ପ୍ରେମୀଯୁଗଳ ଥାନାରେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ରାତିରେ ସ୍ୱଧାର ଗୃହରେ ଛାଡ଼ିବାକୁ ଉଦ୍ୟମ କରାଯାଇଥିଲା। କରୋନା ମହାମାରୀ ସମୟରେ ବିନା କୋଭିଡ ପରୀକ୍ଷାରେ କେହି ନେବାକୁ ରାଜି ହୋଇନଥିଲେ। ତେଣୁ କୌଣସି ଉପାୟ ନପାଇ ସେମାନଙ୍କୁ ଥାନାରେ ମୁଦାଲା ଭାବେ ନରଖି ଏକ ସେଲଟର ରୁମରେ ରଖାଯାଇଥିଲା। ହେଲେ ଅପରାହ୍ଣରେ ଯୁବକ, ଯୁବତୀଙ୍କ ପରିବାର ଲୋକେ ଥାନାକୁ ଆଲୋଚନା ପାଇଁ ଆସିଥିବା ସମୟରେ ଏଭଳି ଅଘଟଣ ଘଟିଛି।
ସୂଚନାଯୋଗ୍ୟ, ଇଟିପୁର ପଞ୍ଚାୟତର ଜଣେ ଯୁବକ ନୂଆଗାଁ ଅଞ୍ଚଳର ଝିଅକୁ ବର୍ଷକ ତଳୁ ଭଲପାଇବା ସହ କୋର୍ଟ ମ୍ୟାରେଜ କରିବା ପରେ ମାର୍ଚ୍ଚ ୧୮ରେ ବିବାହ କରିଥିଲେ। ବିବାହର ସପ୍ତମଙ୍ଗଳା ରାତିରୁ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଘରେ ଛାଡ଼ି ଗାଁର ଅନ୍ୟ ଜଣେ ଯୁବତୀଙ୍କୁ ଧରି ଫେରାର ହୋଇଯାଇଥିଲେ। ଏନେଇ ଉଭୟ ପରିବାର ଥାନାରେ ଦୁଇଟି ମିସିଂ ରିପୋର୍ଟ କରିଥିଲେ। ଯୁବକ ଯୁବତୀ କରୋନା ଯୋଗୁଁ ପୁରୀ ମାଳତୀ ପାଟପୁରଠାରୁ ଆଉ କେଉଁଆଡ଼େ ଯାଇପାରି ନଥିଲେ। ଶେଷରେ ଉପାୟ ନପାଇ ଥାନାରେ ଆତ୍ମସମର୍ପଣ କରିଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories