ବଢ଼ିପାରେ ଏସ୍ବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଅଧ୍ୟକ୍ଷ ରଜନୀଶ କୁମାର ଆଉ ଅଧିକ ଦିନ ଏହି ପଦରେ ରହିପାରନ୍ତି । କାରଣ ଆଗକୁ ଏସ୍ବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ଘଟିବା ଯଥେଷ୍ଟ ସମ୍ଭାବନା ରହିଛି । ଶ୍ରୀ କୁମାର ଏହି ପଦରୁ ଆସନ୍ତା ଅକ୍ଟୋବରରେ ଅବସର ନେବାକୁ ଯାଉଛନ୍ତି । ଆହୁରିମଧ୍ୟ ସରକାର ତାଙ୍କୁ ଏସ୍ବିଆଇ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ଇଣ୍ଟର ଭ୍ୟୁରେ ଅଂଶଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି । ତେବେ ଶ୍ରୀ କୁମାରଙ୍କ ବ୍ୟତୀତ ବ୍ୟାଙ୍କର ତିନି ଏମ୍ଡି ଦୀନେଶ କୁମାର ଖାରା, ଅରଜିତ୍ ବାସୁ ଏବଂ ସି.ଏସ୍. ସେଟ୍ଟୀ ଏହି ପଦ ପାଇଁ ଇଣ୍ଟର ଭ୍ୟୁରେ ମଧ୍ୟ ଭାଗ ନେବେ । ଚଳିତମାସ ୧୮ କିମ୍ବା ୧୯ରେ ବ୍ୟାଙ୍କ ବୋର୍ଡ ବ୍ୟୁରୋ ଡିଜିଟାଲ ମାଧ୍ୟମରେ ଉକ୍ତ ଇଣ୍ଟର ଭ୍ୟୁ ନେଇପାରନ୍ତି । ଏହାଛଡା ଏସ୍ବିଆଇରେ ବର୍ତ୍ତମାନ ଚତୁର୍ଥ ଏମ୍ଡି ପଦ ଖାଲିପଡିଛି । ଅରୁଣଧତି ଭଟ୍ଟଚାର୍ଯ୍ୟଙ୍କ ପରେ ଶ୍ରୀ କୁମାର ୨୦୧୭ରେ ଏସ୍ବିଆଇ ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିଲେ । ଆସନ୍ତା ଅକ୍ଟୋବର ୭ରେ ଏହି ପଦରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି ।
Comments are closed.