ଏହି ବାରରେ ନୂଆବର୍ଷ ; ସରଳ ଉପାୟରେ ମିଳିବ ଶୁଭଫଳ..

କିଛି ଦିନ ମଧ୍ୟରେ ବିଦାୟ ନେବ ବର୍ଷ ୨୦୨୩। ପାଦ ଥାପିବ ନୂଆବର୍ଷ ୨୦୨୪। ନୂଆବର୍ଷ ସୋମବାରରେ ଆରମ୍ଭ ହେଉଛି। ସୋମବାର ଦିନ ଭଗବାନ ଶଙ୍କରଙ୍କୁ ସମର୍ପିତ। ଏହି ଦିନ କିଛି ସରଳ ଉପାୟ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।
ବର୍ଷର ପ୍ରଥମ ଦିନ ସୋମବାର ସକାଳେ ସ୍ନାନ କରି ଶିବ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା ସହ ପ୍ରଭୁଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ବର୍ଷ ସାରା ଆପଣଙ୍କୁ ପ୍ରଭୁଙ୍କ କୃପା ମିଳିବ।

ବେଲପତ୍ର ପ୍ରଭୁ ଶଙ୍କରଙ୍କୁ ଖୁବ୍‌‌ ପ୍ରିୟ। ଭଗବାନ ଶିବ ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ବର୍ଷର ପ୍ରଥମ ଦିନରେ ବେଲପତ୍ର ଅର୍ପଣ କରନ୍ତୁ। ଏହାଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ଏହି ଦିନ ମଥାରେ ଚନ୍ଦନ ଟିକା ଲଗାନ୍ତୁ।
ବର୍ଷର ପ୍ରଥମ ଦିନରେ ନିଜ ସାମର୍ଥ୍ୟ ଅନୁଯାୟୀ, ଦାନ କରନ୍ତୁ। ଦହି, ଧଳା ପୋଷାକ, କ୍ଷୀର ଓ ଚିନି ଦାନ କରନ୍ତୁ। ଏସବୁ ଦାନ କରିବା ଦ୍ୱାରା ପ୍ରଭୁ ଭୋଳା ଶଙ୍କର ପ୍ରସନ୍ନ ହୋଇ ଥାଆନ୍ତି।
ଏହି ଦିନ ଘିଅ, ଚିନି, ଗହମ ଅଟାରେ ପ୍ରସ୍ତୁତ କରି ଭୋଗ କରି ପାରିବେ।

Comments are closed.