www.samajalive.in
Sunday, December 14, 2025
19.1 C
Bhubaneswar

ଆଇପିଏସ ଅଧିକାରୀ ପୂରନ କୁମାର ଆତ୍ମହତ୍ୟା ଘଟଣାର ନୂଆମୋଡ଼, ଜୀବନ ହାରିଲେ ଏଏସଆଇ

ସମାଜ ଡିଜିଟାଲ ଡେସ୍କ: ହରିୟାଣାରେ ଆଇପିଏସ ଅଧିକାରୀ ଓ୍ବାଇ. ପୂରନ କୁମାର ଆତ୍ମହତ୍ୟା ଘଟଣା ନୂଆମୋଡ଼ ନେଇଛି। ଏହି ଘଟଣାରେ ଡିଜିପିଙ୍କୁ ବଦଳି କରାଯିବା ପରେ ଜଣେ ଏଏସଆଇ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେ ଆଇପିଏସ ପୂରନ କୁମାରଙ୍କୁ ଦୋଷୀ ବୋଲି ଦର୍ଶାଇବା ସହିତ ଡିଜିପି ଜଣେ ସଚ୍ଚୋଟ ବ୍ୟକ୍ତି ବୋଲି ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି।

ଆତ୍ମହତ୍ୟା କରିଥିବା ଏଏସଆଇ ଜଣକ ରୋହତକ ସାଇବର ସେଲର ନିଯୁକ୍ତ ଥିଲେ। ତାଙ୍କ ନାଁ ହେଉଛି ସନ୍ଦୀପ କୁମାର। ସେ ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ, ମୁଁ ସର୍ବଦା ସତ୍ୟର ସମର୍ଥନ କରିଛି। ମୋ​‌ତେ ସତ୍ୟ ଏବଂ ସଚ୍ଚୋଟ ବ୍ୟକ୍ତି ସବୁବେଳେ ପସନ୍ଦ। ମୋ ଜେଜେ ଏବଂ ସାନ ଜେଜେ ଦେଶ ପାଇଁ ଲଢ଼ିଛନ୍ତି। ଆଜି ସମାଜରେ ସବୁଠୁ ବଡ଼ ପ୍ରସଙ୍ଗ ହେଉଛ ଭ୍ରଷ୍ଟାଚାର ଏବଂ ଜାତିବାଦ, ଯାହା ସବୁବେଳେ ସତ୍ୟ ଏବଂ ଆଦର୍ଶରେ ବାଧା ସୃଷ୍ଟି କରିଥାଏ। ପୂରନ କୁମାରଙ୍କ ବିରୋଧରେ ସେ​‌ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଲେଖିଛନ୍ତି, ପୂରନ ଭ୍ରଷ୍ଟାଚାରରେ ଲିପ୍ତ ଥିଲେ। ଜାତିବାଦର ସାହାରା ନେଇ ସିଷ୍ଟମକୁ ହାଇଜ୍ୟାକ କରୁଥିଲେ। ପୂରନ ତାଙ୍କୁ ବହୁ ହଇରାଣ କରିଛନ୍ତି ବୋଲି ସେ ସୁଇସାଇଡ ନୋଟରେ ଲେଖିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories