ଆସନ୍ତା କାଲିଠାରୁ ସାରା ଦେଶରେ ଲାଗୁହେବ ନୂଆ ଟ୍ରାଫିକ୍ ନିୟମ

ଭୁବନେଶ୍ଵର/ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ସାରା ଦେଶରେ ନୂତନ ସଡକ ପରିବହନ ନୂଆ ଆଇନ ଲାଗୁ ହେବାକୁ ଯାଉଛି। ଏହି ନୂତନ ନିୟମ ଅନୁସାରେ ଯଦି ଆପଣମାନେ ଟ୍ରାଫିକ୍ ନିୟମକୁ ଅବମାନନା କରନ୍ତି ତେବେ ଆପଣଙ୍କୁ ୧୦ଗୁଣା ଜରିମାନା ଦେବାକୁ ପଡିବ। ଏହି ନୂଆ ନିୟମ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିବ।
ତେବେ ଜାଣି ରଖନ୍ତୁ ଆପଣଙ୍କ ଉପରେ ଟ୍ରାଫିକର ନୂତନ ନିୟମର କଣ ପ୍ରଭାବ ପଡିବ
୧- ବିନା ହେଲମେଟରେ ଗାଡ଼ି ଚାଳନା କଲେ ୧୦୦୦ ଟଙ୍କା ଜରିମାନା, ୩ ମାସ ପାଇଁ ଲାଇସେନ୍ସ ଜବତ
୨- ବିନା ଲାଇସେନ୍ସରେ ଗାଡ଼ି ଚାଳନା କଲେ ୫୦୦୦ ଟଙ୍କା ଜରିମାନା
୩- ଯୋଗ୍ୟତା ନ ଥାଇ ଗାଡ଼ି ଚଳାଇଲେ ୧୦୦୦୦ ଟଙ୍କା ଜରିମାନା
୪- ଗାଡ଼ି ଚାଳନା ସମୟରେ ମୋବାଇଲରେ କଥା ହେଲେ ୫୦୦୦ ଟଙ୍କା ଜରିମାନା
୫- ଦ୍ରୁତ ଗାଡ଼ି ଚାଳନା ପାଇଁ ୧୦୦୦ରୁ ୫୦୦୦ ଟଙ୍କା ପର୍ୟ୍ୟନ୍ତ ଜରିମାନା
୬- ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦୦୦୦ ଟଙ୍କା ଫାଇନ
୭- ସିଟ୍ ବେଲ୍ଟ ନ ବାନ୍ଧି ଗାଡ଼ି ଚଳାଇଲେ ୧୦୦୦ ଟଙ୍କା ଜରିମାନା
୮- ବିନା ଟିକେଟରେ ବସ୍ରେ ଯାତ୍ରା କଲେ ୫୦୦ ଟଙ୍କା ଫାଇନ
୯- ନାବାଳକ ଗାଡ଼ି ଚଳାଇଲେ ଅଭିଭାବକ ଅଥବା ଗାଡ଼ି ମାଲିକଙ୍କୁ ୨୫୦୦୦ ଟଙ୍କା ଜରିମାନା ସହିତ ୩ବର୍ଷ ଜେଲ ଦଣ୍ଡ
୧୦- ସଡ଼କ ଦୁର୍ଘଟଣାରେ ମୃତକଙ୍କୁ ସହାୟତା ରାଶି ପରିମାଣ ୨ ଲକ୍ଷକୁ ବୃଦ୍ଧି
୧୧- ଯାତ୍ରୀ ପରିବହନରେ ଓଭରଲୋଡିଂ କଲେ ଅତିରିକ୍ତ ଯାତ୍ରୀ ପିଛା ୧୦୦୦ ଟଙ୍କା ଫାଇନ। ମାଲବାହୀ ଗାଡ଼ିରେ ଓଭରଲୋଡିଂ କଲେ ୨୦୦୦୦ ଟଙ୍କା ସହିତ ଟନ ପିଛା ଅତିରିକ୍ତ ୨୦୦୦ ଟଙ୍କା ଜରିମାନା
୧୨- ଆମ୍ବୁଲାନ୍ସ ରାସ୍ତା ରୋକିଲେ ୧୦୦୦୦ ଟଙ୍କା ଫାଇନ୍

kalyan agarbati

Comments are closed.