www.samajalive.in
Thursday, December 11, 2025
14.1 C
Bhubaneswar

ଫାଷ୍ଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ : ନ୍ୟାସନାଲ୍ ହାଇଓ୍ବେ ଅଥୋରିଟି ଅଫ୍ ଇଣ୍ଡିଆର(NHAI)ର ପଥ କର ଅଥୋରିଟି ତରଫରୁ ଫାଷ୍ଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସଂସ୍ଥା ଦ୍ବାରା ୩୨ ବ୍ୟାଙ୍କମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ବ୍ୟବହାରକାରୀଙ୍କୁ ସେହି ନିର୍ଦ୍ଧାରିତ ବ୍ୟାଙ୍କରୁ ଫାଷ୍ଟ୍ୟାଗ୍ କିଣିବା ପାଇଁ କୁହାଯାଇଛି । ଏହି ତାଲିକାରେ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଫାଷ୍ଟ୍ୟାଗ୍ ନାଁ ନାହିଁ । ଏହାର ଅର୍ଥ ଏଣିକି ପେଟିଏମ୍ ଫାଷ୍ଟ୍ୟାଗ୍ ବ୍ୟବହାରକାରୀଙ୍କୁ ନୂଆ କାର୍ଡ ନେବାକୁ ହେବ । କହିରଖୁଛୁ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ରୋକ ଲଗାଇ ଦେଇଛି । ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ୨୯ ଫେବୃୟାରୀ ପରଠୁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସମସ୍ତ ସେବା ବନ୍ଦ ହୋଇଯିବ ।

ଏନଏଚଏଆଇର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରାଯାଇଛି । ଏଥିରେ ଲେଖାଯାଇଛି କି ବିନା କୌଣସି ଚିନ୍ତାରେ ଫାଷ୍ଟ୍ୟାଗ୍ ସହିତ ଯାତ୍ରା କରନ୍ତୁ । କେବଳ ତଳେ ଦିଆଯାଇଥିବା ବ୍ୟାଙ୍କରୁ ହିଁ ନିଜ ଫାଷ୍ଟ୍ୟାଗ୍ କିଣନ୍ତୁ । ଏହି ତାଲିକାରେ ୩୨ଟି ବ୍ୟାଙ୍କର ନାଁ ଜାରି କରାଯାଇଛି । ତେବେ ପେଟିଏମ୍ ଫାଷ୍ଟ୍ୟାଗ୍ ବ୍ୟବହାରକାରୀଙ୍କୁ ହଇରାଣ ହେବାରୁ ରକ୍ଷା କରିବା ପାଇଁ ହାଇଓ୍ବେ ଅଥୋରିଟି ଏଭଳି ପଦକ୍ଷେପ ନେଇଛି । କହିରଖୁଛୁ ଭାରତରେ ଏବେ ୭ କୋଟିରୁ ଅଧିକ ଫାଷ୍ଚ୍ୟାଗ୍ ବ୍ୟବହାରକାରୀ ଅଛନ୍ତି । ସେଥି ମଧ୍ୟରୁ ୩୦ ପ୍ରତିଶତ ବ୍ୟବହାରକାରୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଉପଭୋକ୍ତା । ଅର୍ଥାତ୍ ପ୍ରାୟ ୨ କୋଟିରୁ ଅଧିକ ଉପଭୋକ୍ତା ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଫାଷ୍ଟ୍ୟାଗ୍ କାର୍ଡ ବ୍ୟବହାର କରୁଛନ୍ତି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories