ଶୁକ୍ରବାର ରାଶିଫଳ: ସମସ୍ତ କାର୍ଯ୍ୟରେ ସଫଳ ହେବା ସହ ଧନ ଲାଭ ଯୋଗ ରହିଛି, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ଭଲ ଆୟ ହେବ। ବନ୍ଧୁ ବା ସରକାରୀ ସହାୟତାରେ ଲାଭବାନ୍‌ ହେବେ। ଭୋଜନ ରୁଚିପୂର୍ଣ୍ଣ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ- ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ବନ୍ଧୁ ବିରୋଧର ସମ୍ମୁଖୀନ ହେବେ। ପ୍ରତିଶୋଧ ପରାୟଣ ହେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଧନ ବ୍ୟୟ କରିବେ। ସାହସୀ ହେବେ।

ମିଥୁନ- ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ସମସ୍ତଙ୍କ ପ୍ରିୟ ହେବେ।

କର୍କଟ- କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ବିବାଦରେ ବିଜୟୀ ହେବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରାଜାନୁଗ୍ରହରୁ ସମ୍ପତ୍ତିବାନ୍‌ ହେବେ। ସୁସ୍ଥ ରହିବେ।

ସିଂହ- କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାକୁ ବିକେନ୍ଦ୍ରୀକରଣ କରିି ଅନୁଗତଙ୍କ ଆସ୍ଥାଭାଜନ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଦାମ୍ପତ୍ୟ ସୁଖ ମିଳିବ।

କନ୍ୟା- ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବନ୍ଧୁମାନେ କରଛଡ଼ା ଦେଇପାରନ୍ତି। ଆର୍ଥିକ ସ୍ଥିତିରେ ନ୍ୟୁନତା ଅନୁଭବ ହୋଇପାରେ। ଯାନବାହନ ଚଳାଚଳରେ ସତର୍କତା ଜରୁରୀ। ଉ​‌‌ଦ୍ୟୋଗୀ ହେବେ।

ତୁଳା- ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସାତ୍ତ୍ବିକ ଭୋଜନ ସହ ଆନନ୍ଦ ଉପଭୋଗ କରିପାରନ୍ତି। ସପତ୍ନୀକ ଜନସେବକ ହେବେ।

ବିଛା- ଜ୍ଞାତି, ପରିବାର ଓ ଶୁଭାଧ୍ୟାୟୀଙ୍କ ମିଳିତ କାର୍ଯ୍ୟାନୁଷ୍ଠାନରେ ଶତ୍ରୁ ନିପାତ ହେବ ଓ ମାନସିକ ଶାନ୍ତି ଫେରିପାଇବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

ଧନୁ- ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ବିଶେଷକରି ବ୍ୟବସାୟରୁ ପ୍ରଚୁର ଧନ ଲୋଭର ସୂଚନା ମିଳୁଛି। ପତ୍ନୀଙ୍କ ମନସ୍କାମନା ପୂର୍ଣ୍ଣ କରି ପାରିବାରିକ ଜୀବନକୁ କୁସିମିତ କରିବେ।

ମକର- ପରିଶ୍ରମ କଠିନ ଓ କଷ୍ଟଦାୟକ ହୋଇପାରେ, ମାତ୍ର ତା’ର ମୂଲ୍ୟାଙ୍କନ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। ଯାନବାହନ ସୁଖ ମିଳିବ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

କୁମ୍ଭ- ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବ ଦର୍ଶନ କରି ଆତ୍ମ ତୃପ୍ତି ଲାଭ କରିବେ। ଉପୁଜିଥିବା ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ।

ମୀନ- ଭାଗ୍ୟଶାଳୀ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍‌ ହୋଇପାରନ୍ତି। ଚଞ୍ଚଳମନା, ହୃଷ୍ଟଚିତ୍ତ, ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। କର୍ମଚଞ୍ଚଳ ରହିବେ।

Comments are closed.