ଘରେ ବସି ଏମିତି ମଗାନ୍ତୁ ନୂଆ ପିଭିସି ଆଧାର କାର୍ଡ

ନୂଆଦିଲ୍ଲୀ : ଆଧାର କାର୍ଡ ଏକ ଗୁରୁତ୍ବପୂର୍ଣ୍ଣ ଦସ୍ତାବେଜ । ଯଦି ଆପଣଙ୍କ ଆଧାର କାର୍ଡ ହଜିଯାଇଛି ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ । ଆପଣ ଘରେ ବସି ପିଭିସି ଆଧାର କାର୍ଡ ଅନଲାଇନରେ ଅର୍ଡର କରିପାରିବେ । ଏହି କାର୍ଡକୁ ୟୁଆଇଡିଏଆଇର ଅଫିସିଆଲ ଓ୍ବେବସାଇଟ ଜରିଆରେ ମାତ୍ର ୫୦ ଟଙ୍କା ଶୁଳ୍କ ଦେଇ ଅର୍ଡର କରିହେବ ।

ପିଭିସି କାର୍ଡ ଏକ ପ୍ରକାର ପ୍ଲାଷ୍ଟିକ୍ କାର୍ଡ ହୋଇଥାଏ ଯେଉଁଥିରେ ଆଧାର କାର୍ଡର ସୂଚନା ପ୍ରିଣ୍ଟ କରାଯାଇଥାଏ । ୟୁଆଇଡିଏଆଇ ଅନୁସାରେ ଏହି କାର୍ଡରେ ସୁରକ୍ଷିତ କ୍ୟୁଆର୍ କୋଡ୍, ହୋଲୋଗ୍ରାମ, ମାଇକ୍ରୋଟେକ୍ସ୍ଟ, କାର୍ଡ ଜାରି କରିବା ଏବଂ ପ୍ରିଣ୍ଟ କରିବାର ତାରିଖ ଏବଂ ଅନ୍ୟ ସୂଚନା ରହିଥାଏ ।

ଆଜି ଆମେ ଆପଣଙ୍କୁ ପିଭିସି କାର୍ଡ ମଗାଇବାର ଉପାୟ ଜଣାଇବୁ…

ଏଥିପାଇଁ ଆପଣଙ୍କୁ ୟୁଆଇଡିଏଆଇର ଓ୍ବେବସାଇଟରେ ଅନଲାଇନ ଆବେଦନ କରିବାକୁ ହେବ ।

ଏହି ଓ୍ବେବସାଇଟକୁ ଯାଇ ଆପଣଙ୍କୁ ନିଜ ଆଧାରର ୧୨ ନମ୍ବର ବିଶିଷ୍ଟ ସଂଖ୍ୟା ଦେବାକୁ ହେବ ।

ଏହା ପରେ ଆପଣଙ୍କୁ ସୁରକ୍ଷିତ କୋଡ୍ ବା କ୍ୟାପ୍ଚା ଭରିବାକୁ ହେବ ।

ଓଟିପି ପାଇଁ ସେଣ୍ଡ ଓଟିପି ଉପରେ କ୍ଲିକ୍ କରିବାକୁ ହେବ ।

ଏହା ପରେ ପଞ୍ଜୀକୃତ ମୋବାଇଲରେ ପ୍ରାପ୍ତ ଓଟିପିକୁ ଦିଆଯାଇଥିବା ଖାଲି ସ୍ଥାନରେ ଭରିବାକୁ ହେବ ଏବଂ ଏହା ପରେ ସବମିଟ୍ କରିବାକୁ ହେବ ।

ଏହା ପରେ ‘My Aadhaar’ ବିଭାଗକୁ ଯାଇ ‘Order Aadhaar PVC Card’ ଉପରେ କ୍ଲିକ୍ କରନ୍ତୁ ।

ଏହା ପରେ ଆପଣଙ୍କୁ ନିଜ ସୂଚନା ନଜର ଆସିବ । ଏଠାରେ ନେକ୍ସ୍ଟ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

ଏହା ପରେ ତଳେ ନିଜର ଆସୁଥିବା ପୈଠ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

ପରେ ଆପଣଙ୍କୁ କ୍ରେଡିଟ୍/ଡେବିଟ୍ କାର୍ଡ, ନେଟ୍ ବ୍ୟାଙ୍କିଂ ଏବଂ ୟୁପିଆଇର ବିକଳ୍ପ ମିଳିବ ।

ଏହା ପରେ ଆପଣଙ୍କୁ ପେମେଣ୍ଟ ପେଜରେ ପଠାଯିବ । ଆପଣଙ୍କୁ ୫୦ ଟଙଅକାର ଫି ଜମା କରିବାକୁ ହେବ ।

ପୈଠ ପୁରା କରିବା ପରେ ଆପଣଙ୍କ ଆଧାର ପିଭିସି କାର୍ଡର ଅର୍ଡର ପ୍ରକ୍ରିୟା ପୁରା ହୋଇଯିବ ।

ସମ୍ପୂର୍ଣ୍ଣ ପ୍ରକ୍ରିୟା ପୁରା ହେବା ପରେ ୟୁଆଇଡିଏଆଇ ୫ ଦିନ ଭିତରେ ଆଧାର ପ୍ରିଣ୍ଟ କରି ଭାରତୀୟ ଡାକକୁ ପଠାଇବ ।

ଏହା ପରେ ଡାକ ବିଭାଗ ସ୍ପିଡ୍ ପୋଷ୍ଟ ଜରିଆରେ ଆପଣଙ୍କ ପାଖରେ ପହଞ୍ଚାଇବ ।

Comments are closed.