www.samajalive.in
Saturday, December 13, 2025
21.1 C
Bhubaneswar

ନୂତନ ବୈଷୟିକ ଜ୍ଞାନକୌଶଳ ଲୋକମାନଙ୍କର ଜୀବନ ଶୈଳୀରେ ଉନ୍ନତି ଆଣିଛି : ରାଷ୍ଟ୍ରପତି

କାନପୁର : ଭାରତକୁ ୫ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହା ହାସଲ କରିବାରେ ବୈଷୟିକଜ୍ଞାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । କାନପୁରର ପ୍ରାଣବୀର ସିଂହ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜିଠାରେ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ଶ୍ରୀ କୋବିନ୍ଦ ଏହା କହିଛନ୍ତି।

ସେ କହିଛନ୍ତି, ଦେଶକୁ ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ କରିବା ସହିତ ନୂଆ ଜ୍ଞାନକୌଶଳ ଲୋକମାନଙ୍କର ଜୀବନ ଶୈଳୀରେ ଉନ୍ନତି ଆଣିଛି। ଶ୍ରୀ କୋବିନ୍ଦ ତାଙ୍କ ନିଜ ସହର କାନପୁରକୁ ଦିନିକିଆ ଗସ୍ତରେ ଯାଇଛନ୍ତି। ସେ ଛତ୍ରପତି ସାହୁଜୀ ମହାରାଜ ବିଶ୍ୱବିଦ୍ୟାଳୟର ପ୍ରଥମ ବିଦ୍ୟାର୍ଥୀ ସମ୍ମିଳନୀରେ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି, ଉଚ୍ଚଶିକ୍ଷା ଦେଉଥିବା ଅନୁଷ୍ଠାନଗୁଡ଼ିକ ନବୀକରଣ ଓ ଗବେଷଣାର କେନ୍ଦ୍ରରେ ରୂପାନ୍ତରିତ ହେବା ଆବଶ୍ୟକ। ରାଷ୍ଟ୍ରପତି କହିଛନ୍ତି, ସରକାରଙ୍କର ନୂଆ ଶିକ୍ଷାନୀତିରେ ଗବେଷଣା ମାଧ୍ୟମରେ ଦେଶକୁ ଜ୍ଞାନର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ
କରିବାକୁ ଲକ୍ଷ୍ୟ ରଖାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories