www.samajalive.in
Saturday, December 13, 2025
17.1 C
Bhubaneswar

ଅପରାଧୀଙ୍କ ଚରାଭୂଇଁ ପାଲଟିଛି ବଡ଼ସାହି: ଖାଲି ଥିବା ଥାନାଧିକାରୀ ନିଯୁକ୍ତି ଦାବି

ବଡ଼ସାହି: ସମ୍ପ୍ରତି ଅପରାଧୀଙ୍କ ଚରାଭୂଇଁ ପାଲଟିଛି ବଡ଼ସାହି ବ୍ଲକ ଅଞ୍ଚଳ। ବିଦାୟୀ ଥାନାଧିକାରୀ ବିଶ୍ୱଜ କୁମାର ରାଉତରାୟ ମୋରମ ମାଫିଆ ଓ ବାଲି ବ୍ୟବସାୟୀଙ୍କ ସହିତ ବିବାଦୀୟ ଭାଇରାଲ ଭିଡ଼ିଓ ପାଇଁ ତାଙ୍କୁ ଜିଲା ମୁଖ୍ୟାଳୟକୁ ପ୍ରତ୍ୟାହୃତ ପରେ ବଡ଼ସାହି ଥାନାରେ ଥାନାଧିକାରୀ ପଦବୀ ଖାଲି ପଡ଼ିଛି। ଯାହାକି ଅପରାଧୀଙ୍କୁ ବେଶ ସୁହାଇଛି। ସପ୍ତାହକ ମଧ୍ୟରେ ନାବାଳିକା ଅପହରଣ ଠାରୁ ଆରମ୍ଭ କରି ଦୋକାନ ସଟର ଭାଙ୍ଗି ଚୋରି, ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ଋଣ ମଞ୍ଜୁର କରିଦେବା ବାହାନାରେ ଲକ୍ଷାଧିକ ଟଙ୍କା ଲୁଟ ତଥା ଆଜି ଥାନା ନିକଟରୁ ଦିନ ଦ୍ୱିପ୍ରହରରେ ବାଇକ ଡ଼ିକି ଭାଙ୍ଗି ୪୭ହଜାର ଟଙ୍କା ଲୁଟ ସର୍ବସାଧାରଣରେ ପୁଲିସର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସପ୍ତାହକ ପୂର୍ବେ ଥାନା ନିକଟରେ ଭଡ଼ାରେ ରହୁଥିବା ଜଣେ ଅଭିଯୁକ୍ତ ୪କିମି ଦୂର ଗ୍ରାମର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିନେଇଥିଲେ ହେଁ ପୁଲିସ୍ ହାତ ଖାଲି ପଡ଼ିଛି। ଅଭିଭାବକ ଏସପିଙ୍କୁ ଗୁହାରୀ କରିବା ସ୍ୱତ୍ତେ ପୁଲିସ୍ ସେମାନଙ୍କୁ ଠାବ କରିବାରେ ବିଫଳ ରହିଛି। ସେହିପରି ଗୁରୁବାର ରାତିରେ କେନ୍ଦୁଡିହା ପଞ୍ଚାୟତ, ଚକ୍ରଧରପୁର ଛକରେ ଥିବା ସୁରେଶ କୁମାର ବେହେରାଙ୍କ ଦୋକାନରୁ ଚୋରମାନେ କବାଟ ତାଲା ଭାଙ୍ଗି ଦୋକାନରୁ ବିକ୍ରି ଉଦ୍ଦେଶ୍ୟରେ ଥିବା ୩ଟି ମୋବାଇଲ ହେଣ୍ଡସେଟ, ଏକ କମ୍ପ୍ୟୁଟର ସେଟ୍ ଓ କେମେରା ଆଦି ଚୋରି କରିଛନ୍ତି। ଅଭିଯୋଗ ପରେ ତଦନ୍ତ ଚାଲିଥିଲେ ହେଁ ଚୋରି ସାମଗ୍ରୀ କିମ୍ବା ଚୋରଙ୍କ ସମ୍ପର୍କରେ ପୁଲିସ୍ କୌଣସି ସୂଚନା ପାଇବାରେ ବିଫଳ ରହିଛି। ଗୋଟିଏ ସପ୍ତାହରେ ସମସ୍ତ ଘଟଣା ଆଇନଶୃଙ୍ଖଳା ବିପର୍ୟ୍ୟସ୍ତକୁ ପ୍ରମାଣିତ କରୁଥିବା ବେଳେ ଜିଲାର ସୀମାନ୍ତରେ ଥିବା ବୃହତ୍ତ ଥାନାରେ ତୁରନ୍ତ ଜଣେ ଦକ୍ଷ ଥାନାଧିକାରୀ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories