www.samajalive.in
Thursday, December 11, 2025
23.1 C
Bhubaneswar

ଦୁଇଟି ହାଇୱା ମଧ୍ୟରେ ଧକ୍କା, ୨ ଗୁରୁତର

ଲକ୍ଷ୍ମୀପୁର: ରାସ୍ତାରେ ଛିଡ଼ା ହୋଇଥିବା ଏକ ହାଇୱାକୁ ଅନ୍ୟ ଏକ ହାଇୱା ଧକ୍କା ଦେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଲକ୍ଷ୍ମୀପୁର କୋଡ଼ିଙ୍ଗାମାଳିରୁ ବକ୍ସାଇଟ ନେଇ କାକିରିଗୁମ୍ମା ସ୍ଥିତ ଡମ୍ପିସ୍ଥଳକୁ ଯିବା ସମୟରେ କେଲାର ଛକ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏହିଭଳି ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଏକ ମାଲ ବୋଝେଇ ହାଇୱା ଛିଡ଼ା ହୋଇଥିବା ବେଳେ ଅନ୍ୟ ଏକ ହାଇୱା ତାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ହାଇୱାର ହେଲପର ସହିତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୋମାନେ ହେଉଛନ୍ତି ପ୍ରମୋଦ ଖରା ହେଲପର ଏବଂ ଅନ୍ୟ ଜଣେ ହେଉଛନ୍ତି ଅଜିତ ବିଡ଼ିକା । ଦୁର୍ଘଟଣା ପରେ ହାଇୱା ଦୁଇଟିର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଉଭୟ ଆହତଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କାକିରିଗୁମା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ବେଳେ ପ୍ରାଥମିକ ଚିକତ୍ସା ପରେ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଲକ୍ଷ୍ମୀପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି କାକିରିଗୁମା ପୁଲିସ ଏବଂ ଅନ୍ୟ ଡ୍ରାଇଭରଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରିବାର ବ୍ୟବସ୍ଥା କରିଥିଲେ। ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ତେବେ କଣ ପାଇଁ ଏଭଳି ଦୁର୍ଘଟଣା ଘଟିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ସେହିପରି କୋଡ଼ିଙ୍ଗାମାଳିରୁ ମାଲ ପରିବହନ କରୁଥିବା ହାଇୱା ଗୁଡ଼ିକ ପ୍ରାୟ ପ୍ରତିଦିନ ଦୁର୍ଘଟଣା ଘଟାଉଥିବା ସହିତ ଦୃତ ଗତିହିଁ ଏହାର କାରଣ ବୋଲି ଅଭିଯୋଗ ହେଉଛି। ଏନେଇ କାକିରିଗୁମ୍ମା ଥାନାରେ ଏକ ମାମଲା ରୁଜୁ ହୋଇଥିବା କାକିରିଗୁମ୍ମା ଥାନା ଅଧିକାରୀ ଧିରେନ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି।

Hot this week

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ...

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

Related Articles

Popular Categories