www.samajalive.in
Thursday, December 11, 2025
16.1 C
Bhubaneswar

ରାଜ୍ୟର ଖାଉଟିଙ୍କୁ ସଚେତନ ଓ ସଶକ୍ତ କରିବା ସହିତ ଖାଉଟି ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟରେ ଉପଭୋକ୍ତାମାନଙ୍କ ସୁରକ୍ଷାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଖାଉଟି ସୁରକ୍ଷା ଆଇନ ୨୦୧୯ ଅନ୍ତର୍ଗତ ନୂତନ ବ୍ୟବସ୍ଥାକୁ ଲାଗୁ କରିବା ସହିତ ବିଭିନ୍ନ ପ୍ରକାର ଖାଉଟି ବିବାଦ ସମାଧାନ ମଞ୍ଚ ପ୍ରତିଷ୍ଠା ଦିଗରେ ଆଶୁ ପଦକ୍ଷେପ ନିଆଯାଉଛି । ଏଥି ସହିତ ନୂତନ ଖାଉଟି ସୁରକ୍ଷା ଆଇନର ବିଭିନ୍ନ ଦିଗ ଓ ବ୍ୟବସ୍ଥା ସମ୍ପର୍କରେ ଖାଉଟିମାନଙ୍କୁ ସଚେତନ କରି ଖାଉଟି ସଶକ୍ତିକରଣ ଦିଗରେ ଉଦ୍ୟମ କରାଯାଉଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ସହଯୋଗରେ ଆୟୋଜିତ ଖାଉଟି ସୁରକ୍ଷା ଆଇନ ୨୦୧୯ ସଂପର୍କିତ ଏକ ଜାତୀୟ ସ୍ତରର େୱବିନାର୍‌ରେ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ସମ୍ପ୍ରତି ଡିଜିଟାଲ୍‌ ଓ ଅନ୍‌ଲାଇନ୍‌ର ବ୍ୟାପକ ଉପଯୋଗ ଦ୍ୱାରା ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିଥିବାବେଳେ ଉପଭୋକ୍ତାମାନଙ୍କ ପାଇଁ ମଧ୍ୟ ନୂତନ ପ୍ରକାରର ସମସ୍ୟା ସୃଷ୍ଟି କରିଛି। ଏହି ଦୃଷ୍ଟିରୁ ଉପଭୋକ୍ତାମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବା ଓ ସେମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ଖାଉଟି ସୁରକ୍ଷା ଆଇନ-୨୦୧୯ ପ୍ରଣୟନ କରାଯାଇଛି। ସଚେତନ ନାଗରିକ ଏକ ସଶକ୍ତ ନାଗରିକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହିତ ବିଭାଗ ଦ୍ୱାରା ଏହି ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ଆଜିର େୱବିନାରରେ ଭାଗ ନେଇଥିବା ବକ୍ତାମାନଙ୍କ ମତାମତ ଓ ପ୍ରସ୍ତାବକୁ ତର୍ଜମା କରି କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ୱେବିନାର୍‌‌ରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀ ନକଲି ଖାଇବା ଦ୍ରବ୍ୟର ଉତ୍ପାଦନ ଓ ବିକି୍ରକୁ ଦୃଢ଼ ଭାବରେ ଦମନ କରିବା ପାଇଁ କହିଥିଲେ। ଖାଉଟିମାନେ ଅର୍ଥନୀତି ନିମନ୍ତେ ଅପରିହାର୍ଯ୍ୟ ହୋଇଥିବାବେଳେ ସେମାନଙ୍କର ସୁରକ୍ଷା ନିମନ୍ତେ ଖାଉଟି ବିବାଦ ସମାଧାନ ମଞ୍ଚ ଦକ୍ଷ ଲୋକଙ୍କ ଦ୍ୱାରା ପରିଚାଳିତ ହେବା ଉଚିତ ବୋଲି କହିଥିଲେ। ଏଥିସହିତ ଜିଲ୍ଲା ସ୍ତରରେ ମଧ୍ୟସ୍ଥତା କେନ୍ଦ୍ର ଖୋଲାଯିବା ଉପରେ ସେ ମତ ଦେଇଥିଲେ।
େୱବିନାରରେ ଓଡ଼ିଶା ରାଜ୍ୟ ଖାଉଟି ବିବାଦ ସମାଧାନ କମିଶନର ସଭାପତି ମାନ୍ୟବର ବିଚାରପତି ଜଷ୍ଟିସ୍‌ ଡ.ଡି.ପି.ଚୌଧୁରୀ ଯୋଗଦେଇ ଖାଉଟି ଅଧିକାରର ଇତିହାସ ସମ୍ପର୍କରେ ଆଲୋଚନା କରିବା ଅବସରରେ କହିଥିଲେ, ଖାଉଟିର ଜାଣିବା ଅଧିକାର, ପସନ୍ଦ କରିବାର ଅଧିକାର, ସୁରକ୍ଷା ଅଧିକାର ଏବଂ ଖାଉଟିର ଅଭିଯୋଗ ବ୍ୟକ୍ତ କରିବାର ଅଧିକାର ରହିଛି। ନୂତନ ଆଇନ୍‌ରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ଅଥରିଟି ଖାଉଟିଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାରେ ସହାୟକ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଅନ୍ତର୍ଜାତୀୟ ଖାଉଟି ନୀତି ବିଶାରଦ ପ୍ରଫେସର ବେଜନ ମିଶ୍ର କହିଲେ ଖାଉଟିମାନଙ୍କ ମଧ୍ୟରେ ପର୍ଯ୍ୟାପ୍ତ ଭରସା ସୃଷ୍ଟି କରିବା ଆବଶ୍ୟକ। ଓଡ଼ିଶା ସରକାରଙ୍କ ‘ମୋ ସରକାର’ ଏବଂ ୫-‘ଟି’ ଏ ଦିଗରେ ଏକ ଉଚିତ ପଦକ୍ଷେପ ବୋଲି କହିବା ସହ ଖାଉଟିମାନଙ୍କ ନିମନ୍ତେ ଓଡ଼ିଶାକୁ ଏକ ମଡେଲ ରାଜ୍ୟରେ ପରିଣତ କରିବା ପାଇଁ କହିଥିଲେ। େୱବିନାରରେ ସ୍ୱାଗତ ଅଭିଭାଷଣ ଦେବା ଅବସରରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର କୁଳପତି ପ୍ରଫେସର ଯୋଗେଶ ପ୍ରତାପ ସିଂ କହିଥିଲେ ଯେ ନୂତନ ଖାଉଟି ସୁରକ୍ଷା ଆଇନ-୨୦୧୯ରେ ଖାଉଟି ସୁରକ୍ଷା ଦିଗରେ ବିସ୍ତୃତ ଭାବରେ ବ୍ୟବସ୍ଥା ରହିଛି ଓ ଖାଉଟି ବିବାଦ ସମାଧାନ ମଞ୍ଚକୁ ଅଧିକ କ୍ଷମତା ଦିଆଯାଇଛି।
ଏହି ଅବସରରେ ଆୟୋଜିତ ବୈଷୟିକ ଅଧିବେଶନରେ ମନୀଷା କାପୁର, ଆଦିତ୍ୟ ରାଜ ଓ କୃଷ୍ଣ ମହାଜନ ପ୍ରମୁଖ ଯୋଗଦେଇ ଖାଉଟି ସୁରକ୍ଷା ଆଇନ ୨୦୧୯ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ସଠିକ୍‌ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଶେଷରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories