www.samajalive.in
Monday, December 8, 2025
27.1 C
Bhubaneswar

ମୁଖ୍ୟଯନ୍ତ୍ରୀଙ୍କ ଧଳପୁର ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ପରିଦର୍ଶନ; ଜୁନ୍‍ ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଠିକାସଂସ୍ଥାଙ୍କୁ ନିର୍ଦ୍ଦେଶ

ହରଭଙ୍ଗା : ବିଶ୍ୱ ବ୍ୟାଙ୍କ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ପ୍ରଶାନ୍ତ ପାତ୍ର ସୋମବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣଧିନ ଥିବା ବହୁପ୍ରତିକ୍ଷୀତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିବା ଜଣାପଡିଛି। ସେତୁ କାର୍ଯ୍ୟ ଶେଷରେ ବିଳମ୍ବ ସହିତ ଠିକାସଂସ୍ଥା ପକ୍ଷରୁ ବାରମ୍ବାର ମିଆଦି ବୃଦ୍ଧି ବିଷୟରେ ନିର୍ମାଣ ସଂସ୍ଥା ନିର୍ଦ୍ଦେଶକଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ।ସେତୁ ନିର୍ମାଣ କାର୍ଯ୍ୟ ପାଇଁ ବିଶ୍ୱ ବ୍ୟାଙ୍କ ନାର୍ବାଡ ସହାୟତରେ ୧୬୮କୋଟି ୯୧ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା।ଡିସେମ୍ବର ୨୦୧୬ରୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୨୦୧୯ ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ପାଇଁ କୁହାଯାଇଥିଲା।ମାତ୍ର ତିନିବର୍ଷ ମିଆଦି ଶେଷ ହୋଇସାରିଥବାବେଳେ ଅଧିକ ୧୨ମାସ ମିଆଦି ବୃଦ୍ଧି ପରେ ବି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ।। ୮୭ ପିଲର ବିଶିଷ୍ଟ ସେତୁର ଲମ୍ବ ୩କିଲୋମିଟର ୪୨୦ମିଟର ରହିଛି । ଏଥିରୁ ଆହୁରି ଗୋଟିଏ ପିଲର ନିର୍ମାଣ ସଂପୂର୍ଣ୍ଣ ବାକି ରହିଛି। ଅନ୍ୟପଟେ ୨୨ ପିଲର ଉପରେ ଛାତ ପଡିନଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସେତୁ ନିର୍ମାଣ ପାଇଁ ୧୨୮କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବାବେଳେ ଆହୁରି ୪୦କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ବାକି ରହିଛି। ଆସନ୍ତା ଜୁନ ମାସ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ଠିକା ସଂସ୍ଥାକୁ ମୁଖ୍ୟଯନ୍ତ୍ରୀ ତାଗିଦ୍‍ କରିଥିବା ଜଣାପଡିଛି। ଠିକାସଂସ୍ଥା ଆସନ୍ତା ଏପ୍ରିଲ ଏବଂ ମଇ ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଆଶାପ୍ରକଟ କରିଛନ୍ତି। ମାତ୍ର ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ଅଂଚଳର ଜନସାଧାରଣ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ମୁଖ୍ୟ ଯନ୍ତ୍ରୀଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନୋଜ ତ୍ରୀପାଠୀ, ବୌଦ୍ଧ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାନ୍ତନୁ ନାୟକ, ପୁରୁଣାକଟକ ସହକାରୀ ଯନ୍ତ୍ରୀ ଚୈତନ୍ୟ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories