www.samajalive.in
Saturday, December 6, 2025
19.1 C
Bhubaneswar

ବଦଳିବ ଶିକ୍ଷା ବ୍ୟବସ୍ଥା; ଜାଣନ୍ତୁ, କ’ଣ କହୁଛି ନୂଆ ଶିକ୍ଷାନୀତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଦେଶରେ ନୂଆ ଶିକ୍ଷା ନୀତି ଉପରେ ମୋହର ଲାଗିଛି। ଏହି ଶିକ୍ଷା ନୀତିରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରାଯାଇଛି। ଫଳରେ ଏଣିକି ନୂଆ ଢାଞ୍ଚାରେ ଦେଶରେ ଶିକ୍ଷାଦାନ କରାଯିବ। ତେବେ ଆସନ୍ତୁ ଜାଣିବା ଏହି ନୂଆ ଶିକ୍ଷାନୀତିରେ କ’ଣ ବ୍ୟବସ୍ଥା କରାଯାଇଛି :-

୧- ଉଚ୍ଚ ଶିକ୍ଷା ପାଇଁ କ୍ରେଡିଟ୍‌ ବ୍ୟାଙ୍କ ବ୍ୟବସ୍ଥା ରହିବ। ବ୍ୟାଙ୍କ ପାସ୍‌ବୁକ୍‌ ଭଳି ଏହା କାର୍ଯ୍ୟ କରିବ।

- Advertisement -

୨- ୪ ବର୍ଷର ଡିଗ୍ରୀ ପାଠ୍ୟକ୍ରମ ଲାଗି କୋର୍ସ କ୍ରେଡିଟ୍‌ ବ୍ୟବସ୍ଥା ରହିବ। ପ୍ରଥମ ବର୍ଷରୁ ପାଠ ଛାଡ଼ିଲେ ବି ସାର୍ଟିଫିକେଟ୍‌ ମିଳିବ। କୌଣସି ସମସ୍ୟା ଥିଲେ ଛାତ୍ରଛାତ୍ରୀ ଅଧାରୁ ବିରତି ନେଇ ପରେ ଅଧ୍ୟୟନ କରିପାରିବେ।

୩- ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଗ୍ରେଡ୍‌ ଅନୁଯାୟୀ ସୁବିଧା ପାଇପାରିବେ।

୪- ସମସ୍ତ ଉଚ୍ଚ ଶିକ୍ଷା ପାଇଁ ଗୋଟିଏ ନିୟନ୍ତ୍ରକ ସଂସ୍ଥା ବା ରେଗୁଲେଟୋରି ଅଥରିଟି ରହିବ। ଏହାର ନାମ ନ୍ୟାଶନାଲ ହାୟର ଏଜୁକେଶନ ରେଗୁଲେଟୋରି ଅଥରିଟି(ଏନଏଚଇଆରଏ)’ ବା ‘ହାୟର ଏଜୁକେଶନ କମିଶନ ଅଫ ଇଣ୍ଡିଆ’ ରଖିବାକୁ ସ୍ଥିର କରାଯାଇଛି।

୫- ଶିକ୍ଷା ବ୍ୟବସ୍ଥାରେ ଜିଡିପିର ୬ ପ୍ରତିଶତ ଖର୍ଚ୍ଚ କରିବା ପାଇଁ ନୂଆ ଶିକ୍ଷାନୀତିରେ ବ୍ୟବସ୍ଥା ହୋଇଛି।

୬- ୬ଷ୍ଠ ଶ୍ରେଣୀରୁ ସ୍କୁଲରେ ଆରମ୍ଭ ହେବ ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମ। ପିଲା ସ୍କୁଲ ଶିକ୍ଷା ଶେଷ କରିବା ବେଳକୁ ଯେକୌଣସି ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବାରେ ସକ୍ଷମ ହୋଇପାରିବ।

୭- ଡ୍ରପ ଆଉଟ୍‌ ବା ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ସ୍କୁଲ ଆଣିବାକୁ ବ୍ୟବସ୍ଥା କରାଯିବ।

୮- କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେବ।

୯- ନ୍ୟାଶନାଲ ରିସର୍ଚ୍ଚ ଫାଉଣ୍ଡେଶନ ଗଠନ ହେବ। ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଏବଂ ଗଣିତ ଜ୍ଞାନ ବୃଦ୍ଧି ପାଇଁ ହେବ ପ୍ରୟାସ।

୧୦- ନୂଆ ଶିକ୍ଷାନୀତିରେ ବୋର୍ଡ ପରୀକ୍ଷାର ଗୁରୁତ୍ଵ ହ୍ରାସ ଲାଗି ବ୍ୟବସ୍ଥା ହୋଇଛି। ଛାତ୍ରଛାତ୍ରୀଙ୍କ ରିପୋର୍ଟ କାର୍ଡ ଢାଞ୍ଚା ବଦଳାଇବାକୁ ହୋଇଛି ନିଷ୍ପତ୍ତି। ଏଣିକି ରିପୋର୍ଟ କାର୍ଡରେ ଛାତ୍ରଛାତ୍ରୀ, ସହପାଠୀ ଓ ଶିକ୍ଷକ ରିପୋର୍ଟ ଦେବେ।

୧୧- ସାଧାରଣ ପ୍ରବେଶିକା ପରୀକ୍ଷା ଦେଇ ଆଡ୍‌ମିଶନ ପାଇଁ ବ୍ୟବସ୍ଥା କରିବ ଜାତୀୟ ପରୀକ୍ଷା ଏଜେନ୍ସୀ(ଏନଟିଏ)। ପ୍ରବେଶିକା ପରୀକ୍ଷା ବାଧ୍ୟତାମୂଳକ କରାଯିବ ନାହିଁ, କେବଳ ଇଚ୍ଛୁକ ଛାତ୍ରଛାତ୍ରୀ ଦେଇପାରିବେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories