www.samajalive.in
Wednesday, December 10, 2025
16.1 C
Bhubaneswar

୧୦ଲକ୍ଷରେ ୧୮ଜଣଙ୍କର ସ୍ୱାବ ପରୀକ୍ଷା କରାଯାଉଛି : ଆମେରିକାରୁ ଆସିଲା ୫ଲକ୍ଷ ଟେଷ୍ଟ କିଟ୍‍

ନୂଆଦିଲ୍ଲୀ: ସନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ସ୍ୱାବ ପରୀକ୍ଷାରେ ଅହେତୁକ ବିଳମ୍ବ ଓ ଏହାର ହାର ବହୁତ କମ୍‍ ରହିଥିବାରୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା କମ୍‍ ରହିଥିବା ଅଭିଯୋଗ ହୋଇଛି। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଇଣ୍ଡିଆ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏପରି ଅଭିଯୋଗକୁ ଶନିବାର ଖଣ୍ଡନ କରିଛି। ଆଇସିଏମଆର କହିଛି ଯେ ସ୍ୱାବ ପରୀକ୍ଷା ବ୍ୟବସ୍ଥାକୁ ସମ୍ପ୍ରସାରଣ କରାଯାଇଛି। ଆମେରିକାରୁ ୫ଲକ୍ଷ ଟେଷ୍ଟ କିଟ୍‍ ଆସି ପହଞ୍ଚିଛି। ଆଗକୁ ଏହା ପରୀକ୍ଷାକୁ ତ୍ୱରାନ୍ୱିତ କରିବ। ଶୁକ୍ରବାର ପ୍ରକାଶିତ ରିପୋର୍ଟରେ ଅଭିଯୋଗ କରାଯାଇଥିଲାରେ ଭାରତରେ କରୋନା ସ୍ୱାବ ପରୀକ୍ଷା ବହୁତ ବିଳମ୍ବିତ ଏବଂ ଏହାର ହାର ବହୁତ କମ୍‍। ପ୍ରତି ୧୦ଲକ୍ଷ ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୧୮ଜଣଙ୍କର କରୋନା ସ୍ୱାବ ପରୀକ୍ଷା କରାଯାଉଛି। ଯଦ୍ଦ୍ୱାରା ସଂକ୍ରମିତଙ୍କୁ ଉପଯୁକ୍ତ ଭାବେ ଚିହ୍ନଟ କରାଯାଇପାରୁ ନାହିଁ। ଯାହା ପରୋକ୍ଷରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‍ ବୋଲି ପ୍ରତିପାଦନ କରୁଛି। ଯଦି ବାସ୍ତବରେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବ ତେବେ ଏହାର ସଂଖ୍ୟା ବହୁତ ଅଧିକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମଆର ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ୍ୱାବ ପରୀକ୍ଷା ମାନଦଣ୍ଡକୁ ବୃଦ୍ଧି କରାଯାଇଛି। ଯେଉଁମାନଙ୍କ ଶ୍ୱାସକ୍ରିୟା ଜନିତ ଗୁରୁତର ସମସ୍ୟା ରହୁଛି ସେମାନଙ୍କର କରୋନା ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଉଛି। ତେବେ ସମସ୍ତ ନମୁନାକୁ କରୋନା ପରୀକ୍ଷା ପାଇଁ ପଠାଇବା ସମ୍ଭବ ହୋଇ ନାହିଁ ବୋଲି ଯୁଗ୍ମ ସଚିବ ଲାଭ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଭାରତରେ ୮୭୩ କରୋନା ସଂକ୍ରମିତ ଚିହ୍ନ୍‍ଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ଜଣଙ୍କର ମୃତ୍ୟୁ ହୋଇଛି। ସରକାର କହିଛନ୍ତି ଯେ ସାମଗ୍ରିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ବୃଦ୍ଧି କରିବା ଲାଗି ପଦକ୍ଷେପ ନିଆଯାଇଛି। ଏଥିପାଇଁ ଅଧିକରୁ ଅଧିକ ଭେଣ୍ଟିଲେଟର ଅଧିଗ୍ରହଣ କରାଯିବ। କରୋନା ମୁକାବିଲା ଲାଗି ରେଳବାଇ ଓ ସେନାର ଭିତ୍ତିଭୂମିକୁ ଉପଯୋଗ ଲାଗି ବ୍ୟବସ୍ଥା କରାଯାଇଛି। ୧୭ଟି ରାଜ୍ୟ ସରକାର କୋଭିଡ୧୯ର ମୁକାବିଲା ଲାଗି ନିଜସ୍ୱ ଭିତ୍ତିଭୂମି ମଧ୍ୟ ସଂପ୍ରସାରଣ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories