www.samajalive.in
Saturday, December 6, 2025
19.1 C
Bhubaneswar

ତିନି ମହଲା ବିଶିଷ୍ଟ ନୂତନ ନବରଙ୍ଗପୁର ଜିଲା ଅଦାଲତ ଅଟ୍ଟାଳିକା ଉଦ୍‍ଘାଟିତ

ନବରଙ୍ଗପୁର: ନବରଙ୍ଗପୁରଠାରେ ବହୁ ପ୍ରତୀକ୍ଷିତ ୨୨କୋଟି ମୂଲ୍ୟର ତିନିି ମହଲା ବିଶିଷ୍ଟ ଅତି ସୁନ୍ଦର ଜିଲା ଓ ଦୈାରାଜଜ୍‍ ଅଦାଲତ କମ୍‌ପ୍ଲେକ୍ସ କୋଠା ଉଦ୍‍ଘାଟିତ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ.ଏସ୍‍.ମୂରଲୀଧର ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‍ଘାଟନ କରିଥିଲେ। ଏହି ଜିଲା ଅଦାଲତର ନୂତନ କୋଠା ନେଇ ସେ ଖୁସି ପ୍ରକଟ କରିବା ସହ ଏହାଦ୍ୱାରା ଅଦାଲତରେ ଆସୁଥିବା ଓକିଲ ଓ ମହକିଲମାନେ ବହୁ ସୁବିଧା ପାଇପାରିବେ ବୋଲି କହିଥିଲେ। ବିଚାର ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱୀତ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ। ନୂତନ କୋଠା ଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇପାରିବ ବୋଲି କହିଥିଲେ।

ହାଇକୋର୍ଟର ବିଚାରପତି ସି.ଆର. ଦାଶ ଯୋଗଦେଇ ଜିଲା ଅଦାଲତର ନୂତନ କୋଠା ଦ୍ୱାରା ସମସ୍ତ ଅଦାଲତ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ ହୋଇ ପାରିବ ବୋଲି କହିଥିଲେ। ଜିଲା ଓ ଦୈାରାଜଜ୍‍ ଅଶୋକ କୁମାର ପଣ୍ଡା ଯୋଗଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲା ଆଇନଜୀବୀ ସଂଘ ସଭାପତି ଆଶୀଷ ରଞ୍ଜନ ପଟ୍ଟନାୟକ ନୂତନ ଜିଲା ଅଦାଲତ କୋଠା ଦ୍ୱାରା ଏହି ଜିଲାର ବହୁଦିନର ଆଶା ପୂରଣ ହୋଇଥିବା କହିଥିଲେ। ଜିଲା ସମ୍ପାଦକ ରାମପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କର ମଧ୍ୟରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଓ ଏସପି ପ୍ରହଲ୍ଲାଦ ସହାୟ ମୀନା ଯୋଗଦେଇଥିଲେ। ଜିଲାର ସମସ୍ତ ବିଚାରପତିଙ୍କ ସମେତ ଜିଲା ଆଇନଜୀବୀ ସଂଘର କର୍ମକର୍ତ୍ତା, ଉମରକୋଟ ଆଇନଜୀବୀ ସଂଘର କର୍ମକର୍ତ୍ତା, ସମସ୍ତ ଆଇନଜୀବୀ ଓ ଅଦାଲତ କର୍ମଚାରୀମାନେ ଉପସ୍ଥିତ ଥିଲେ।

- Advertisement -

ସ୍ପେସିଆଲ କ୍ଲାସ ଠିକାଦାର ଜଗନ୍ନାଥ ମହାପାତ୍ରଙ୍କ ଦ୍ୱାରା ଏହି ନବନର୍ମିତ କୋଠା ନିର୍ମାଣ କରାଯାଇଥିଲା। ଏହି ନବନିର୍ମିତ କୋଠା ତିନି ମହଲା ବିଶିଷ୍ଟ ହୋଇଥିବାବେଳେ ଏଠାରେ ୧୧ଟି ଅଦାଲତ କାର୍ଯ୍ୟକରିବ। ତଳ ମହଲାରେ ୩ଟି ଅଦାଲତ, ପ୍ରଥମ ମହଲାରେ ୪ଟି ଓ ଦ୍ୱିତୀୟ ମହଲାରେ ୪ଟି ଅଦାଲତ କାର୍ଯ୍ୟକରିବ। ଏହାଛଡା ଏଠାରେ ଆଇନଜୀବୀ ସଂଘର କାର୍ଯ୍ୟାଳୟ ଓ ବିଶ୍ରାମ କୋଠରୀ ରହିଛି। ମହକିଲଙ୍କ ପାଇଁ ଅପେକ୍ଷା କୋଠରୀ, ସରକାରୀ ଓକିଲ, ପିପି ଓ ଜିପି ପାଇଁ ସ୍ୱତନ୍ତ୍ର କୋଠରୀ ବ୍ୟବସ୍ଥା ରହିଛି। ଏହାଛଡା କ୍ୟାଣ୍ଟିନ, ଯାନବାହନ ସେଡ୍‍ ବ୍ୟବସ୍ଥା କରାଯାଇଛି। କୋଠାର ସାମନାରେ ବଗିଚା ରହିଛି। ତେବେ ଏହି ନୂତନ କୋଠାରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ଜିଲା ଓ ଦୈାରାଜଜ୍‍ ଅଶୋକ କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁରୁଣା କୋଠାରେ ଭିଜିଲାନ୍ସ ଅଦାଲତର ସର୍କିଟ କୋର୍ଟ ଚାଲୁ ରହିବ। ଏହାବ୍ୟତୀତ ନୂତନ ଭାବେ ଅଦାଲତ ପ୍ରତିଷ୍ଠା ହେଲେ ପୁରୁଣା କୋଠାରେ କାର୍ଯ୍ୟକରିବ ବୋଲି ସେ କହିଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories