www.samajalive.in
Friday, December 5, 2025
26.1 C
Bhubaneswar

ରାଜ୍ୟରେ ଦିନକରେ ୩୪୨୭ ନୂଆ ସଂକ୍ରମିତ; ସଂଗରୋଧରୁ ୧୯୫୪ ଓ ସ୍ଥାନୀୟ ସଂକ୍ରମିତ ୧୪୭୩

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୩୪୨୭ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୫୪ ଏବଂ ସ୍ଥାନୀୟ ସଂକ୍ରମିତ ୧୪୭୩ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୩୮, ବାଲେଶ୍ୱର ୨୬୧, ବରଗଡ ୫୨, ଭଦ୍ରକ ୧୩୯, ବଲାଙ୍ଗୀର ୪୦, ବଉଦ ୩୧, କଟକ ୩୯୬, ଦେବଗଡ ୨୨, ଢେଙ୍କାନାଳ ୭୮, ଗଜପତି ୨୭, ଗଞ୍ଜାମ ୨୬ ଏବଂ ଜଗତସିଂହପୁର ଜିଲାରୁ ୧୦୮ ଜଣ ରହିଛନ୍ତି। ସେହିଭଳି ଯାଜପୁର ଜିଲାରୁ ୨୮୫, ଝାରସୁଗୁଡା ୧୦, କଳାହାଣ୍ଡି ୩୫, କନ୍ଧମାଳ ୪୧, କେନ୍ଦ୍ରାପଡା ୧୧୧, କେନ୍ଦୁଝର ୪୭, ଖୋର୍ଦ୍ଧା ୫୫୩, କୋରାପୁଟ ୭୨, ମାଲକାନଗିରି ୩୮, ମୟୁରଭଞ୍ଜ ୧୬୨, ନବରଙ୍ଗପୁର ୬୦, ନୟାଗଡ ୧୪୨, ନୂଆପଡା ୨୦, ପୁରୀ ୨୧୭, ରାୟଗଡା ୯୪, ସମ୍ବଲପୁର ୩୨, ସୋନପୁର ୩୦, ସୁନ୍ଦରଗଡ ୭୮ ଏବଂ ଷ୍ଟେଟପୁଲରୁ ୮୨ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ୮୨୯୮୫୧ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୪୦୪୭୧ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories