www.samajalive.in
Saturday, December 13, 2025
21.1 C
Bhubaneswar

ଭାରତ ଆସିବେ ନେତାନ୍ୟାହୁ, ମୋଦୀଙ୍କୁ ଦେବେ ଗୁପ୍ତ ପରାମର୍ଶ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ। ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫକୁ ନେଇ ବିବାଦ ଜାରି ରହିଥିବାବେଳେ ସେ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କିଛି ଗୁପ୍ତ ପରାମର୍ଶ ଦେବେ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କିପରି ଆଚରଣ କଲେ ଦୁଇ ଦେଶର ସମ୍ପର୍କ ଭଲ ରହିବ ସେ ନେଇ ନେତାନ୍ୟାହୁ ମୋଦୀଙ୍କୁ ଟିପ୍ସ ଦେବେ।

ନେତାନ୍ୟାହୁ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଦୁଇ ଜଣ ଯାକ ତାଙ୍କ ଅତି ପ୍ରିୟ ବନ୍ଧୁ। ତେଣୁ ଟ୍ରମ୍ପଙ୍କ ସହିତ କିପରି ମିଶିବାକୁ ହେବ ସେ ନେଇ ସେ ମୋଦୀଙ୍କୁ କିଛି ଉପଦେଶ ଦେବେ, କିନ୍ତୁ ତାହା ଗୁପ୍ତ ରଖିବେ। ଆମେରିକା ଏବଂ ଭାରତର ମଧ୍ୟରେ ଅତି ଦୃଢ଼ ସମ୍ପର୍କ ରହିଛି। ଉଭୟ ନେତା ଆଲୋଚନା କରି ଟାରିଫ ବିବାଦ ସମାଧାନ କରିବା ଜରୁରୀ। ଯାହାଫଳରେ ଦୁଇ ଦେଶର ହିତ ସାଧନ ହୋଇପାରିବ। ଯେହେତୁ ଦୁଇ ଦେଶ ଇସ୍ରାଏଲର ଅତି ପ୍ରିୟ ବନ୍ଧୁ ରାଷ୍ଟ୍ର, ତେଣୁ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବା ଇସ୍ରାଏଲ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ ବୋଲି ନେତାନ୍ୟାହୁ କହିଚନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories