www.samajalive.in
Thursday, December 11, 2025
14.1 C
Bhubaneswar

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ନିମାପଡ଼ା: ନିମାପଡ଼ା ବ୍ଲକ ଅନ୍ତର୍ଗତ ରଟିଲୋ ନିକଟ ଦହିଜଙ୍ଗ ପ୍ରାଥମିକ ବିଦ୍ୟାଳୟରେ “ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲିଙ୍ଗରାଜ ଖଟୋଇଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରତିଭାବାନ ପ୍ରତିଯୋଗୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନିମାପଡ଼ା ଯୁବ ବିକାଶ ପରିଷଦ ତରଫରୁ କୃତୀ ଛାତ୍ରଛାତ୍ରୀଙ୍କୁ ଉତ୍କର୍ଷ ପ୍ରମାଣ ପତ୍ର ଓ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ଯୁବ ବିକାଶ ପରିଷଦର ସଦସ୍ୟ ନିରଞ୍ଜନ ସାହୁ, ଜ୍ୟୋତି ରଞ୍ଜନ ନାୟକ, ଚନ୍ଦ୍ରକାନ୍ତ ବରାଳ, ପ୍ରଦ୍ୟୁମ୍ନ ବେହେରା, ଦେବାଶିଷ ଦାଶ ପ୍ରମୁଖଙ୍କ ସମେତ ବିଦ୍ୟାଳୟର  ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

ସେହିପରି ନିମାପଡ଼ା ଦେବୀ ମଣ୍ଡପଠାରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ଅବସରରେ ଯୁବ ପ୍ରତିଭାମାନଙ୍କୁ ନେଇ ଏକ

- Advertisement -

ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଅବସରରେ ଯୁବ ପରିବେଶବିତ ଶ୍ରୀଯୁକ୍ତ ଦିଲୀପ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଗୁରୁଦତ୍ତ ସ୍ବାଇଁ, ଅୟମ ରାଜ ଭଞ୍ଜଦେଓ, ପ୍ରୀତମ ବେହେରା, ସୌମ୍ୟ ଶୁଭ୍ରାଶିଷ ନାୟକ, ଜ୍ୟୋତି ରଞ୍ଜନ ନାୟକ, ଦିଲଜିତ୍ ଶ୍ରିରାଜ୍, ବୃନ୍ଦାବନ ମୁରୁଡି, ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋ

ଗଦେଇ ବକ୍ତୃତା ପ୍ରଦାନ କରିଥିଲେ। ଯୋଗଗୁରୁ ଗୌରାଙ୍ଗ ଚରଣ ସାହୁ, ଶିକ୍ଷାବିତ୍ ଜନରଞ୍ଜନ ପ୍ରଧାନ, ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ନେତାଜୀଙ୍କ ବଳିଦାନ ଓ ସୁରେନ୍ଦ୍ର ସାଏଙ୍କ ବିଚାରଧାରା ଉପରେ ଆଲୋକପାତ କରିଥିଲେ। ପରିଶେଷରେ ଅଧ୍ୟାପକ ଆଦର୍ଶ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories