www.samajalive.in
Wednesday, December 10, 2025
26.1 C
Bhubaneswar

କଳା କୋର୍ଟ ଓକିଲଙ୍କ ଫ୍ୟାଶନ୍ ନୁହେଁ, ବରଂ ଏହା ପଛରେ ରହିଛି କାହାଣୀ

ଫିଲ୍ମରେ ହେଉ ଅବା ନ୍ୟାୟାଳୟରେ, ଓକିଲ ମାନେ କଳା ରଙ୍ଗର କୋର୍ଟ ପିନ୍ଧିଥାନ୍ତି। ଏହା ସହ ସେମାନେ ଧଳା ରଙ୍ଗର ସାର୍ଟ ମଧ୍ୟ ପିନ୍ଧିଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି ଓକିଲମାନେ କଳା ରଙ୍ଗର କୋର୍ଟ କାହିଁକି ପିନ୍ଧନ୍ତି? ଅନ୍ୟ ରଙ୍ଗର କୋର୍ଟ କାହିଁକି ପିନ୍ଧନ୍ତି ନାହିଁ?

ଏଠାରେ ଆପଣଙ୍କୁ କହି ରଖିବୁ ଏହି ଡ୍ରେସ୍ କୋର୍ଡ ସେମାନଙ୍କର ଫ୍ୟାଶନ୍ ନୁହେଁ ବରଂ ଏହା ପଛରେ ରହିଛି ଏକ ବଡ କାହାଣୀ।

- Advertisement -

୧୩୨୭ ମସିହାରେ ଡ୍ରେସ୍ କୋର୍ଡ ଆଧାରରେ ବିଚାରପତିଙ୍କ ବେଶଭୂଷା ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ବିଚାରପତି ନିଜ ମୁଣ୍ଡରେ କେଶରେ ତିଆରି ଏକ ପ୍ରକାରର ଟୋପି ବା ୱିଗ୍ ପିନ୍ଧୁଥିଲେ। ଏହା ସହ ସୁନେଲି ରଙ୍ଗ ଏବଂ ବାଦାମୀ ବା ମାଟିଆ ରଙ୍ଗର ଗାଉନ ପିନ୍ଧୁଥିଲେ। ଏହା ପରେ ୧୬୦୦ରେ ଓକିଲଙ୍କ ବେଶଭୂଷାର ପରିବର୍ତ୍ତନ ଅଣାଯାଇଥିଲା। କୋର୍ଟର କାଉନସିଲର ବା ସରକାରୀ ଓକିଲ ସାଧାରଣ ଜନତାଙ୍କ ଭଳି ଡ୍ରେସ କୋର୍ଡ ପିନ୍ଧିବାକୁ ୧୬୩୭ରେ ପ୍ରସ୍ତାବ ରଖାଯାଇଥିଲା। ଏହା ପରେ ଓକିଲମାନେ ଲମ୍ବା ଲମ୍ବା ଗାଉନ୍ ପିନ୍ଧିବା ଆରମ୍ଭ କରିଥିଲେ। ସେତେବେଳେ ବିଚାରପତିଙ୍କ ବେଶଭୂଷା ଓକିଲ ଏବଂ ଅନ୍ୟ ବ୍ୟକ୍ତିଙ୍କ ଠାରୁ ନିଆରା ଥିଲା ବୋଲି ଜଣାପଡେ।

୧୬୯୪ରେ ବ୍ରିଟେନର ମହାରାଣୀଙ୍କ ମୃତ୍ୟୁ ପରେ ସାର୍ବଜନିକ ଭାବେ ଶୋକ ପାଳିବାକୁ କଳା ଗାଉନ ପିନ୍ଧି ଆସିବାକୁ ସମସ୍ତ ବିଚାରପତି ଏବଂ ଓକିଲମାନଙ୍କୁ ମହାରାଜା ନିର୍ଦେଶ ଦେଇଥିଲେ। ଏହି ଆଦେଶକୁ କେହି ଅବଜ୍ଞା କରିନଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ସେହି ପରମ୍ପରା ରହି ଆସିଛି। ବିଚାରପତି ଏବଂ ଓକିଲମାନେ କଳା କୋର୍ଟ ପିନ୍ଧୁଛନ୍ତି।

କଳା କୋର୍ଟ ଏବେ ଓକିଲମାନଙ୍କ ପରିଚୟ ହୋଇଛି। ଅଧିନିୟମ ୧୯୬୧ ଅଧାରରେ ବିଚାରପତି ଏବଂ ଓକିଲମାନେ ଧଳା ବ୍ୟାଣ୍ଡ ଟାଏ ସାଙ୍ଗକୁ କଳା କୋର୍ଟ ପିନ୍ଧି ଅଦାଲତ ଆସିବାକୁ ବାଧ୍ୟତାମୂଳକ କରାଯାଇଛି। କୁହାଯାଏ ଏହି କଳା କୋର୍ଟ ଓ ଧଳା ସାର୍ଟ ପିନ୍ଧିବା ଦ୍ବାରା ଓକିଲମାନଙ୍କ ମଧ୍ୟରେ ଅନୁଶାସନ ଆସିଥାଏ ଏବଂ ସେମାନଙ୍କର ନ୍ୟାୟ ପ୍ରତି ବିଶ୍ବାସ ଜାଗ୍ରତ ହୋଇଥାଏ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories