www.samajalive.in
Thursday, December 11, 2025
15.1 C
Bhubaneswar

ସିନିଅର ଓ ଜୁନିଅର ବଚ୍ଚନଙ୍କ ଆଶୁ ଆରୋଗ୍ୟ କାମନା କଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହେବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି। ରବିବାର ଟ୍ୱିଟ୍‍ କରି ସେ ଲେଖିଛନ୍ତି, “ଭାରତର ପ୍ରସିଦ୍ଧ ଅଭିନେତା ସିନିଅର୍‍ ବଚ୍ଚନ ଏବଂ ତାଙ୍କ ପୁଅ ଅଭିନେତା ଜୁନିଅର ବଚ୍ଚନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଶୀଘ୍ର ଆରୋଗ୍ୟ କାମନା କରୁଛି”।

ପୂର୍ବରୁ ଆହୁରି ଅନେକ ପ୍ରଶଂସକ ଓ ବିଶିଷ୍ଟ ବ୍ୟକ୍ତିତ୍ୱ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନଙ୍କ ଆରୋଗ୍ୟ କାମନା କରି ଟ୍ୱିଟ୍‍ କରିଛନ୍ତି। ସେମାନଙ୍କ ମଧ୍ୟରେ ଭାରତର ଫ୍ରେଞ୍ଚ୍‍ ରାଷ୍ଟ୍ରଦୂତ ଇମାନୁଏଲ୍‍ ଲେନେନ୍‍ ମଧ୍ୟ ସାମିଲ ଅଛନ୍ତି।

- Advertisement -

ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହୋଇଥିବା ନେଇ ଉଭୟେ ଟ୍ୱିଟ୍‍ କରି ସୂଚନା ଦେଇଥିଲେ। ଚିକିତ୍ସା ପାଇଁ ଉଭୟଙ୍କୁ ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପର ପକ୍ଷରେ ଆଜି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଅରାଧ୍ୟାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। କେବଳ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ ଆସିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories