www.samajalive.in
Saturday, December 6, 2025
23.1 C
Bhubaneswar

ଅଶାନ୍ତ ନେପାଳ.. ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ, ଭାରତ-ନେପାଳ ସୀମାରେ ହାଇ ଆଲର୍ଟ

କାଠମାଣ୍ଡୁ : ନେପାଳରେ ଚାଲିଥିବା ଭୟଙ୍କର ବିକ୍ଷୋଭ ପରେ ଅଶାନ୍ତ ନେପାଳ ପାଇଁ ଓ କାଠମାଣ୍ଡୁ ସାରା ହିଂସା ଲାଗି ରହିଥିବାରୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ କରାଯାଇଛି । ଭାରତରୁ ନେପାଳ ଯାଉଥିବା ୨ଟି ବିମାନ ମଧ୍ୟ ଅଧାରୁ ଫେରି ଆସିଛି । ଦିଲ୍ଲୀ ଓ ମୁମ୍ବାଇରୁ କାଠମାଣ୍ଡୁ ଯାଉଥିବା ୨ଟି ଇଣ୍ଡିଗୋ ବିମାନ ଫେରି ଆସିଛି । ତ୍ରିଭୁବନ ବିମାନବନ୍ଦରରେ ଅବତରଣ ଅନୁମତି ନମିଳିବାରୁ ବିମାନ ଫେରିଆସିଛି । ଏହାସହ ଦିଲ୍ଲୀରୁ କାଠମାଣ୍ଡୁ ଯିବାକୁ ଥିବା ଏୟାର ଇଣ୍ଡିଆର ୩ଟି ବିମାନ ଉଡାଣ ମଧ୍ୟ ବାତିଲ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଟିଆଇଏରୁ ସମସ୍ତ ବିମାନର ଉଡାଣ ବାତିଲ କରାଯାଇଛି ।

ଭାରତ-ନେପାଳ ସୀମାରେ ହାଇ ଆଲର୍ଟ । ପ୍ରବଳ ବିକ୍ଷୋଭ ଓ ହିଂସାକାଣ୍ଡ ପରେ ଦାର୍ଜିଲିଂକୁ ଲାଗିଥିବା ସୀମାନ୍ତରେ ସେନାକୁ ଆଲର୍ଟ ରଖାଯାଇଛି । ତୀକ୍ଷଣ୍‌ ନଜର ରଖାଯାଇଛି ବୋଲି କହିଛନ୍ତି ସ୍ଥାନୀୟ ଏସ୍‌ପି ପ୍ରବୀଣ ପ୍ରକାଶ ।

- Advertisement -

ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କ ସହିତ ଦେଶ ଛାଡିବାକୁ ଯାଉଛନ୍ତି। ବିମାନବନ୍ଦରରେ ବିମାନ ଏବଂ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, କାଠମାଣ୍ଡୁ ଯାଉଥିବା ଅନେକ ବିମାନ ଏବେ ଆକାଶରେ ଘୂରି ବୁଲୁଛନ୍ତି। ବିମାନବନ୍ଦର ବନ୍ଦ ଥିବାରୁ ଦିଲ୍ଲୀ, ଢାକା, ବ୍ୟାଙ୍କକରୁ କାଠମାଣ୍ଡୁ ଯାଉଥିବା ବିମାନଗୁଡ଼ିକ ଏବେ ଆକାଶରେ ଘୂରି ବୁଲୁଛନ୍ତି ବୋଲି ସୂଚନା ମିଳିଛି ।

ଜଳୁଛି ନେପାଳ; ପ୍ରଧାନମନ୍ତ୍ରୀଙ୍କ ଘର ଜାଳି ଦେଲେ ବିକ୍ଷୋଭକାରୀ

 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories