BJD Bijuli 480×75 Mob

ନେପାଳରେ ଭୂସ୍ଖଳନ: ୧୧ମୃତ, ୨୩ ନିଖୋଜ

BJD Bijuli 480×75 Mob

କାଠମାଣ୍ଡୁ : ନେପାଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଶନିବାର ପ୍ରବଳ ବର୍ଷା ଯୋଗୁଁ ମାୟାଗଡ଼ି ଜିଲାରେ ଭୂସ୍ଖଳନ ଘଟି ୧୧ଜଣଙ୍କ ପ୍ରାଣହାନି ହୋଇଥିବାବେଳେ ୨୩ ଜଣ ନିଖୋଜ ଅଛନ୍ତି। ମାରାଙ୍ଗଠାରୁ ୧୦ ମୃତଦେହ ଉଦ୍ଧାର କରାଯାଇଛି। ଏଠାରେ ୧୧ଜଣ ନିଖୋଜ ଅଛନ୍ତି। ଅନ୍ୟ କେତେକ ସ୍ଥାନରେ ମଧ୍ୟ ଏଭଳି ଦୁର୍ଘଟଣା ଘଟିଛି। ମାଟି ଅତଡ଼ା ତଳେ ୪୩ଟି ବାସଗୃହ ପୋତି ହୋଇପଡ଼ିଛି। ପ୍ରାୟ ୪୦୦ ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାର ଓ ସହାୟତା ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି।

Comments are closed.