www.samajalive.in
Friday, December 12, 2025
16.1 C
Bhubaneswar

ନେପାଳରେ ନିଖୋଜ ବିମାନର ମିଳିଲା ସନ୍ଧାନ; ଦୁର୍ଘଟଣାସ୍ଥଳ ଠାବ କଲା ସେନା

କାଠମାଣ୍ଡୁ: ନେପାଳରେ ନିଖୋଜ ହୋଇଥିବା ବିମାନ ତାରା ୯NAETର ସନ୍ଧାନ ମିଳିଛି । ନେପାଳର ସେନା ପକ୍ଷରୁ ବିମାନଟିକୁ ଠାବ କରାଯାଇଥିବା ବେଳେ ବିମାନଟି ଦୁର୍ଘଟଣା ଘଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏନେଇ ନେପାଳ ସେନା ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଥିବା ବେଳେ ବର୍ତ୍ତମାନ ଦୁର୍ଘଟଣାକୁ ନେଇ ତଦନ୍ତ ଚାଲିଛି ବୋଲି କହିଛି ସେନା । ଏନେଇ ସେନାର ମୁଖପାତ୍ର ଟ୍ୱିଟକରି କହିଛନ୍ତି ଉଦ୍ଧାରକାରୀ ଦଳ ନିଖୋଜ ବିମାନର ଦୁର୍ଘଟଣାସ୍ଥଳ ଚିହ୍ନଟ କରିଛନ୍ତି । ରବିବାର ଦିନ ବିମାନ ତାରା ୯NAET ଉଡାଣ ଭରିବା ପରେ ମୁସ୍ତାଙ୍ଗ ଜିଲ୍ଲାର କୋଓ୍ୱାଙ୍ଗ ଗାଁ ନିକଟରେ ଦୁର୍ଘଟଣା ହୋଇଛି । ସେଠାକାର ଲୋକମାନେ ବିସ୍ଫୋରଣ ପରି ଏକ ଛୋଟ ଶବ୍ଦ ଶୁଣିଛନ୍ତି ।

ସୂଚନାଥାଉ କି ଗତକାଲି ନେପାଳରେ ବିମାନ ତାରା ୯NAET ଉଡାଣର ଏକ ଘଣ୍ଟା ପରେ ନିଖୋଜ ହୋଇଯାଇଥିଲା। ତାରା ୯NAET ସକାଳ ୯ଟା ୫୫ରେ ଉଡାଣ ଆରମ୍ଭ କରିଥିଲା । ବିମାନଟିରେ ମୋଟ୍‌ ୨୨ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଭାରତୀୟ ଓ ୩ ଜାପାନୀ ଯାତ୍ରୀ ଥିଲେ । ପରେ ସମସ୍ତ ୪ଭାରତୀୟ ଭୁବନେଶ୍ୱରର ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଥିଲା ।

- Advertisement -

 

 

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories