www.samajalive.in
Monday, December 8, 2025
14.1 C
Bhubaneswar

୨୨ଲକ୍ଷରୁ ଉଦ୍ଧ୍ଵ ଟଙ୍କାର ବ୍ୟୟ ବରାଦ, ଓରିକଣ୍ଟା ରାସ୍ତାରେ ଫାଟ

ନେମାଳ : ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଅସାଧୁ ମେଣ୍ଟ କରି ଠିକାଦାରମାନେ କିପରି ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ତାହାର ଏକ ନଗ୍ନ ନମୁନା ନିଶ୍ଚିନ୍ତକୋଇଲି ବ୍ଲକ ତଥା ନେମାଳ ଥାନା ଅନ୍ତର୍ଗତ ଦେମାଣ୍ଡୋ-ଅରେଇ ରାସ୍ତାର ଓରିକଣ୍ଟା ନିକଟରେ ଦେଖିବାକୁ ମିଳିଛି। ଅନୁସନ୍ଧାନରୁ ଜଣାଯାଇଛି ଯେ ସାନ୍ତପୁର ପଞ୍ଚାୟତ ଓରିକଣ୍ଟା ଠାରୁ ୨୫୦ ମିଟର ଦିର୍ଘ ରାସ୍ତାର ମରାମତି ଓ ୨୫୦ ମିଟର ରକ୍ଷା ପ୍ରାଚୀର ପାଇଁ ୨୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ୟୟ ବରାଦ କରାଯାଇଛି। ମାତ୍ର ବିଭାଗୀୟ ଅଧିକାରୀ ମାନଙ୍କ ଏହି ଠିକାଦାର ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ଯୋଗୁ ରାସ୍ତାର ସ୍ଥାୟିତ୍ୱ ନେଇ ସନ୍ଦେହ ପ୍ରକାଶ ପାଇଥିବାର ଖବର ପ୍ରକାଶ ପରେ ବୁଧବାର ଉକ୍ତ ଘଟଣା ସତ୍ୟରେ ପରିଣତ ହୋଇଥିବା ଦେଖାଯାଇଛି। ଉକ୍ତ ରାସ୍ତା ମଧ୍ୟ ଭାଗରେ ହଠାତ ଫାଟି ଯାଇ ଖୋଳପା ବାହାରି ପଡିଥିବା ଯୋଗୁ ପଥଚାରୀ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେବେ ଉକ୍ତ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବହୁ ଅଫିସରଙ୍କର ମୁଖା ଖୋଲିଯିବ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଦ୍ୱିପାଞ୍ଚଳ ବାସୀଙ୍କ ଗମନା ଗମନର ସୁବିଧା ପାଇଁ ବହୁ ଦିନର ଦାବି ପରେ ସରକାରଙ୍କ ପକ୍ଷରୁ ଉକ୍ତ କାର୍ଯ୍ୟ ପାଇଁ ୨୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ବିଭାଗୀୟ ଅଫିସରଙ୍କ ପାଖରେ ଦାୟିତ୍ୱରେ ଥିବା ଠିକାଦାର ଚୁକ୍ତି କରିଥିବା ବେଳେ ଏହି କାମ ବାସ୍ତବରେ ସେହି ହିସାବରେ ହେଉ ନଥିବା ବେଳେ ରକ୍ଷା ପ୍ରାଚୀର ମଧ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି। ରାସ୍ତା ପାର୍ଶ୍ବରେ ହୋଇଥିବା ପ୍ରାଚୀର ମଧ୍ୟ ବେନାମି ସିମେଣ୍ଟରେ କରାଯାଇଥିବା ବେଳେ ଓ ଭାଗମାପ ଠିକ ଭାବରେ କରାଯାଇ ନାହିଁ। ମେଣ୍ଟାଲ, ଚିପସ୍‍ ଓ ଭଙ୍ଗା ଇଟା ପୁରାଇ ଢଳାଇ କରାଯାଇଥିବା ସ୍ଥାନିୟ ବାସିନ୍ଧା ସୂଚନା ଦେଇଛନ୍ତି। ତେବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଏବଂ ତଦାରଖ ପାଇଁ ବିଭାଗିୟ ଅଧିକାରୀମାନେ କାର୍ଯ୍ୟସ୍ଥଳିକୁ ନ ଆସିବା କରଣରୁ ଏଭଳି ହୋଇଥିବା ଜଣାପଡିଛି। ରାସ୍ତାର ସ୍ଥାୟିତ୍ୱ ପାଇଁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଓ ସଚିବ ବେଳହୁଁ ସାବଧାନ ନହେଲେ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଜଣାଯାଇଛି। ତେବେ ରାଜ୍ୟ ଦୁର୍ନିତି ନିର୍ବାଣ ବିଭାଗ ଏହି କାର୍ଯ୍ୟର ତଦାରଖ କଲେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories