ସେପ୍ଟେମ୍ବର ୭ସୁଦ୍ଧା ନିଟ୍ ଫଳ
ଭୁବନେଶ୍ବର: ଜାତୀୟ ପରୀକ୍ଷଣ ସଂସ୍ଥାନ (ଏନଟିଏ) ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନିଟ) ସ୍ନାତକ (ୟୁଜି)-୨୦୨୨ ଫଳ ସେପ୍ଟେମ୍ବର ୭ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି। ଏ ସଂକ୍ରାନ୍ତରେ ଏନଟିଏ ପକ୍ଷରୁ ଜଣାପଡ଼ିଛି।
ଜୁଲାଇ ୧୭ରେ ୩୫୭୦ କେନ୍ଦ୍ରରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ୧୮ଲକ୍ଷ ୭୨ହଜାର ୩୪୩ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଛାତ୍ରଛାତ୍ରୀଙ୍କ ପାଇଁ ଏନ୍ଟିଏ ପକ୍ଷରୁ ଉତ୍ତର ସିଟ୍ ଛାଡ଼ି ଦିଆଯାଇଛି। ପରୀକ୍ଷାର୍ଥୀ ଉତ୍ତର ସିଟ୍ ଡାଉନଲୋଡ କରି ପରୀକ୍ଷା ଶେଷ ପରେ ନେଇଥିବା ନିଜର ଓଏମଆର ନକଲ ସିଟ୍ରେ ଉତ୍ତର ଯାଞ୍ଚ କରିବାକୁ କୁହାଯାଇଛି। କାହାର ଅଭିଯୋଗ ଥିଲେ ଅଗଷ୍ଟ ୩୦ ସୁଦ୍ଧା ପ୍ରତି ପ୍ରଶ୍ନ ପିଛା ୨୦୦ ଟଙ୍କା ଜମା କରି ଅଭିଯୋଗପତ୍ର ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।
Comments are closed.